Latest Odisha News

BREAKING NEWS

ଛାଡପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଏହି ଷ୍ଟାର ଦମ୍ପତି, ଭିଡିଓ ଭାଇରାଲ

ମୁମ୍ବାଇ: ଗତ କିଛି ଦିନ ଧରି ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି l ଗତକାଲି ଝିଅ ଆରାଧ୍ୟଙ୍କର ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଏକାଠି ନଜର ଆସିଥିଲେ ଏହି ଷ୍ଟାର ଦମ୍ପତି l ତାଙ୍କ ସହ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ନଜର ଆସିଛନ୍ତି l କାର୍ଯ୍ୟକ୍ରମରେ ପହଂଚିବା କ୍ଷଣି ଉଭୟ ଷ୍ଟାର ଦମ୍ପତିଙ୍କୁ ପାପାରାଜିମାନେ ତାଙ୍କ କ୍ୟାମେରାରେ କଏଦ କରିନେଇଥିଲେ l ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଐଶ୍ୱର୍ଯ୍ୟା ଏବଂ ଅମିତାଭ କୌଣସି ଏକ ଆଲୋଚନାରେ ବ୍ୟସ୍ତ ଥିବାବେଳେ ଅଭିଷେକ ଶାନ୍ତ ଶୈଳୀର ବସିଥିବା ଦେଖିବାକୁ ମିଳିଛି l

ତେବେ ଭାଇରଲ ହୋଇଥିବା ଏହି ଭିଡ଼ିଓର ଏକ ବିଶେଷ ମୁହୂର୍ତ୍ତ ମଧ୍ୟ କଏଦ ହୋଇଛି l ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ଓଢଣୀ ତଳେ ପଡିଥିବାର ଅଭିଶେଖ ଦେଖିଲେ ସେତେବେଳେ ନିଜେ ଯାଇ ତାଙ୍କ ଓଢଣୀ ଉଠାଇ ଐଶ୍ୱର୍ଯ୍ୟାଙ୍କୁ ଦେଇଥିବା ଦୃଶ୍ୟ ପ୍ରଶଂସକଙ୍କ ମନରେ ବେଶ ଉତ୍କଣ୍ଠା ବଢ଼ାଇ ଦେଇଛି l ଭିଡିଓର ଏହି ଭାଗଟି ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି l ଏଥିସହ ଅଭିଷେକଙ୍କୁ କେୟାରିଂ ମଧ୍ୟ କହିଛନ୍ତି l ତେବେ ଏହି ଭିଡିଓ ଦେଖି କେତେକ ପ୍ରଶଂସକ ତାଙ୍କର ଛାଡପତ୍ର କଥା ଗୁଜବ ବୋଲି ମଧ୍ୟ କହିଥିବା ଦେଖିବାକୁ ମିଳିଛି l ତେବେ ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ, କରୀନା କପୁର, ସୈଫ ଅଲି ଖାନ ଏବଂ ସାହିଦ କପୁରଙ୍କ ସମେତ ବହୁ ବଲିଉଡ ତାରକା ମଧ୍ୟ ଯୋଗ ଦେଇଥିଲେ।

ଛାଡପତ୍ର ଗୁଜବ ମଧ୍ୟରେ ଏହି ଦମ୍ପତିଙ୍କୁ ଏକାଠି ଦେଖିବା ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ମୁମ୍ବାଇରେ ଏକ ବିବାହ ଉତ୍ସବରେ ଏକାଠି ନଜର ଆସିଥିଲେ। ଏପରିକି ସେତେବେଳେ ତାଙ୍କର ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରୁ ପ୍ରମାଣିତ ହେଉଛି ଯେ ତାଙ୍କର ଛାଡପତ୍ର କଥା ଗୁଜବ ଅଟେ l ଏବଂ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ ଅଛି l

Comments are closed.