Latest Odisha News

BREAKING NEWS

ରାଜମୌଲୀଙ୍କ ଫିଲ୍ମରେ ଐଶ୍ଚର୍ଯ୍ୟା !

ମୁମ୍ବାଇ: ବର୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏସଏସ ରାଜମୌଲୀଙ୍କ ଯାଦୁ ଚାଲୁଛି କହିଲେ ଭୁଲ ହେବନି । ବାହୁବଳୀ ଓ ଆରଆରଆର ପରେ ତାଙ୍କର ନୂତନ ପ୍ରୋଜେକ୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ମୁତାବକ ରାଜମୌଲୀ ତାଙ୍କର ଆଗାମୀ ଫିଲ୍ମରେ ଐଶ୍ଚର୍ଯ୍ୟ ରାୟଙ୍କୁ ନେବା ପାଇଁ ଯୋଜନା କରୁଛନ୍ତି । ତେବେ ଏ ନେଇ ରାଜମୌଲୀ କିମ୍ବା ଐଶ୍ଚର୍ଯ୍ୟାଙ୍କ ପକ୍ଷରୁ କୌଣସି ବୟାନ ଆସି ନ ଥିବାରୁ ଏହା ଗୁଜବ ମଧ୍ୟ ହୋଇପାରେ । ପୂର୍ବରୁ ମଣିରତ୍ନମଙ୍କ ପୋନ୍ନିୟାନି ସେଲଭନ ଏବଂ ରଜନୀକାନ୍ତଙ୍କ ସହ ରୋବଟରେ ଏଶ୍ଚର୍ଯ୍ୟା ଅଭିନୟ କରି ସାରିଛନ୍ତି । ତାଙ୍କ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଦର୍ଶକ ମଧ୍ୟ ପସନ୍ଦ କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଐଶ୍ଚର୍ଯ୍ୟା ପତି ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ପୂର୍ବରୁ ଉଭୟ କୁଛ ନା କହୋ, ଢ଼ାଇ ଅକ୍ଷର ପ୍ରେମ କେ ଓ ଗୁରୁ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

Leave A Reply

Your email address will not be published.