Latest Odisha News

BREAKING NEWS

ଛାଡପତ୍ର ଗୁଜବ ନା ଅପରେସନ ସିନ୍ଦୂର: ଚର୍ଚ୍ଚାରେ କାନ୍ସରେ ଐଶ୍ବର୍ଯ୍ୟାଙ୍କ ସିନ୍ଦୂର ଭରା ମଥା

ମୁମ୍ବାଇ: ଅଭିଷେକ ରାୟ ବଚ୍ଚନଙ୍କ ସହ ଛାଡପତ୍ର ଗୁଜବ ମଧ୍ୟରେ ଚର୍ଚ୍ଚାରେ ଐଶ୍ବର୍ଯ୍ୟା ରାୟଙ୍କ କାନ୍ସ୍ ଲୁକ୍  । ଐଶ୍ବର୍ଯ୍ୟଙ୍କ ସିନ୍ଦୂର ଭରା ମଥା ପୁଣି ଥରେ ଦମ୍ପତ୍ତିଙ୍କ ସଂପର୍କ ନେଇ ଏକ ବଡ ବାର୍ତ୍ତା ଦେଇଛି । ଏଥିସହିତ କିଛି ଫ୍ୟାନ୍ସ ଏହାକୁ ସମ୍ପ୍ରତି ଅପରେସନ ସିନ୍ଦୁର ସହ ମଧ୍ୟ ଯୋଡିଛନ୍ତି । ଐଶ୍ବର୍ଯ୍ୟାଙ୍କ ଲାଲ୍ ସିନ୍ଦୂର ଭରା ମଥା, ଅପରେସନ ସିନ୍ଦୂର ନେଇ ବିଶ୍ବ ସ୍ତରରେ ଏକ ବଡ ବାର୍ତ୍ତା ବୋଲି କୁହାଯାଉଛି ।

ତେବେ ପ୍ରତିବର୍ଷ ପରି ଏଥର ମଧ୍ୟ ଫ୍ରାନ୍ସର କାନ୍ସ ସହରରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଛି । ଯାହା ଗତ ମେ ୧୩ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୪ ମେ ଯାଏଁ ଚାଲିବ । ଯେଉଁଥିରେ ସାରା ବିଶ୍ୱର ତାରକାମାନେ ଅଂଶଗ୍ରହଣ କରୁଛନ୍ତି।  ଆଉ ଏଥିରେ ସବୁଠୁ ବେଶୀ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ । ଚଳିତ କାନ୍ସରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପାରମ୍ପରିକ ଭାରତୀୟ ଶାଢ଼ି ସହ ସିନ୍ଦୂର ଭରା ମଥାରେ ପୁଣି ଥରେ ରେଡ କାର୍ପେଟକୁ ଫେରିଛନ୍ତି । ତାଙ୍କ ସର୍ଟଲ ଲୁକ୍ ସାଙ୍ଗକୁ କେଶରେ ଚମକ୍, ଆଉ ଲାଲ ସିନ୍ଦୂର, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦୃଢ଼ ବାର୍ତ୍ତା ପଠାଇଥିଲା।

ପ୍ରଥମେ ତ କ’ଣ ତାଙ୍କର ସିନ୍ଦୂର ଭାରତର ଅପରେସନ୍ ସିନ୍ଦୂର ପାଇଁ ଏକ ଇଙ୍ଗିତ ଥିଲା? ବୋଲି ପ୍ରଶ୍ନ କରିଛନ୍ତି ଫ୍ୟାନ୍ସ । କାରଣ ସିନ୍ଦୂର, ଜଣେ ମହିଳାଙ୍କ ବୈବାହିକ ସ୍ଥିତିର ପ୍ରତୀକ । କାନ୍ସରେ ଐଶ୍ୱର୍ଯ୍ୟାଙ୍କ ସିନ୍ଦୂର ମୁହୂର୍ତ୍ତ ପହଲଗାମରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିବାର କିଛି ଦିନ ପରେ ଆସିଥିବାରୁ ଫ୍ୟାନ୍ସ ଏହାକୁ ଲିଙ୍କ କରୁଛନ୍ତି । ଏଥିସହିତ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ବାତିଲ କରିବାର ଏକ ବାର୍ତ୍ତା ଭାବରେ ମଧ୍ୟ ଗ୍ରହଣ କରାଯାଇପାରିବ।

ଚଳିତ କାନ୍ସରେ ଐଶ୍ବର୍ଯ୍ୟା, ମନୀଷ ମଲହୋତ୍ରାଙ୍କ ଡିଜାଇନ ପିନ୍ଧିଥିବା ବେଳେ, ଏଥିରେ ହାତୀଦାନ୍ତ ରଙ୍ଗର ବନାରସୀ ହସ୍ତତନ୍ତ ଶାଢ଼ିରେ ଜାତିଗତ ଗ୍ଲାମରକୁ ପ୍ରକାଶ କରିଥିଲେ, ଯାହା ଗୋଲ୍ଡ ଆକ୍ସେଣ୍ଟରେ ସଜ୍ଜିତ ହୋଇଥିଲା । ଏଥିସହିତ ସେ ଏକ ଧଳା ଟିସୁ ହାତବୁଣା ଦୁପଟ୍ଟା କ୍ୟାରି କରିଥିଲେ, ଯେଉଁଥିରେ ପ୍ରକୃତ ସୁନା ଏବଂ ରୂପା ଜରଦୋଜି ଏମ୍ବ୍ରୋଡେରୀ କାମ ହୋଇଥିଲା । ଆଉ ତା ସାଙ୍ଗକୁ ଐଶ୍ବର୍ଯ୍ୟଙ୍କ ହସ ଭରା ମୁହଁ ସହ ଏଲିଗାଣ୍ଟ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଐଶ୍ୱର୍ଯ୍ୟା କାନ୍ସରେ ଶାଢ଼ି ପିନ୍ଧିଛନ୍ତି। ୨୦୦୨ ଏବଂ ୨୦୦୩ ରେ, ସେ ଅନ୍ତର୍ଜାତୀୟ ମଞ୍ଚରେ ଶାଢୀରେ ନଜର ଆସିଥିଲେ । ଯାହା ଆଜି ବି ଆକର୍ଷଣୀୟ । ତେବେ ଲଗାତାର ଗତ କିଛି ବର୍ଷ ମଧ୍ୟରେ କାନ୍ସରେ ତାଙ୍କ ପ୍ରଶଂସକମାନଙ୍କ ଦ୍ୱାରା ସମାଲୋଚନା କରାଯିବା ପରେ ଐଶ୍ବର୍ଯ୍ୟାଙ୍କ ଏହି ଲୁକ୍ ଏବେ ସମସ୍ତଙ୍କ ପାଟି ଚୁପ୍ କରାଇ ଦେଇଛି ।

କେବଳ ଐଶ୍ୱର୍ଯ୍ୟା ନୁହେଁ, ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏହି ଅନ୍ତର୍ଜାତୀୟ ମହୋତ୍ସବରେ ସିନ୍ଦୁର ପିନ୍ଧି ଯୋଗ ଦେଇଥିଲେ।  ଅଦିତି ରାଓ ହାଇଦରୀ, ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ତାଙ୍କର କାନ୍ସ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଲାଲ ଶାଢ଼ି ସହ ମଥାରେ ଲାଲ୍ ସିନ୍ଦୂର ଆଊ କପାଳରେ ଲାଲ୍ ବିନ୍ଦି ମଧ୍ୟ ପିନ୍ଧିଛନ୍ତି। ଏହି ଲୁକରେ ସେ ବହୁତ ସୁନ୍ଦର ଦେଖାଯାଥିବା ବେଳେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଲୁକକୁ ଅପରେସନ ସିନ୍ଦୂର ସହ ଯୋଡିଛନ୍ତି ।

Comments are closed.