Latest Odisha News

BREAKING NEWS

ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆଗକୁ ଆସୁଥିବା ଫିଲ୍ମରେ ଐଶ୍ୱର୍ଯ୍ୟା ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଐଶ୍ୱର୍ଯ୍ୟାଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପ୍ରାୟ ସବୁ ଷ୍ଟାରଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥାଆନ୍ତି । ଏବେ ଅନୁମାନ କରାଯାଉଛି କି ସେ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀ ଓ ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ମଧ୍ୟ ଲୋକଙ୍କ ଗ୍ରହଣୀୟତା ମିଳିବ ।

ଏହି ଫିଲ୍ମ ଏକ ଫାଣ୍ଟେସି ମୁଭି ହେବ, ଯାହାର ବଜେଟ ଅଧିକ ହେବା ବୋଲି କୁହାଯାଉଛି । ଐଶ୍ୱର୍ଯ୍ୟା ଚିରଞ୍ଜୀବୀଙ୍କ ସହ ଏହି ଫିଲ୍ମରେ ସାଇନ କରିଛନ୍ତି । ଖୁବ ଶୀଘ୍ର ସେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏମାନଙ୍କ ଯୋଡି ଏକ ସମ୍ବେଦନଶୀଳ ମିଶ୍ରଣ ହେବାକୁ ଯାଉଛି । ତେଲୁଗୁ ଚଳଚ୍ଚିତ୍ରରେ ଏହା ଏକ ବଡ ଫିଲ୍ମ ହେବାକୁ ଯାଉଛି । ତାଙ୍କର ଏହି ଫିଲ୍ମର ଏକ ଅଂଶ ହିନ୍ଦୀ ଦର୍ଶକଙ୍କୁ ମଧ୍ୟ ଆକର୍ଷିତ କରିବ । ବଶିଷ୍ଠ ଏହାର ନିର୍ଦ୍ଦେଶନା ଦେବେ । ଏହାର ବଜେଟ ୨୦୦କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଫିଲ୍ମରେ ଚିରଞ୍ଜୀବୀ-ଐଶ୍ୱର୍ଯ୍ୟାଙ୍କ ଯୋଡି ଧମାଲ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.