Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ଏକାକୀ ସେମିଫାଇନାଲରେ ପଂହଚାଇଲେ ମ୍ୟାକ୍ସୱେଲ, ୮ମ ୱିକେଟରେ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଲା

ୱାଙ୍ଖେଡ:ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକର ମୁକାବିଲାରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ସର୍ବଦା ସ୍ମରଣୀୟ ହୋଇ ରହିବ । ୨୯୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪୬.୫ ଓଭରରେ ହାସଲ କରି ନେଇଥିଲା । ଚେଜରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ହାସଲ କରିଛନ୍ତି । ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ୯୧ ରନରେ ୭ଟି ୱିକେଟ ହରାଇଥିଲା । କେହି କେବି ବି ଭାବି ନ ଥିଲେ ଅଷ୍ଟ୍ରେଲିଆକୁ ଏ ଭଳି ଭାବେ ମ୍ୟାଚକୁ ପ୍ରତ୍ୟାବର୍ତନ କରିବ । ମ୍ୟାକ୍ସୱେଲ ୧୨୮ ବଲରେ ୨୧ ଚୌକା ଓ ୧୦ ଛକା ସହାୟତାରେ ୨୦୧ ରନ କରି ଅପରାଜିତ ରହିଥିଲେ । ମ୍ୟାକ୍ସୱେଲଙ୍କ ଐତିହାସିକ ଇନିଂସ ବଳରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରେ ତୃତୀୟ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି ।

BjdElectrycity

ଅଧିନାୟକ ପ୍ୟାଟ କୁମିନ୍ସ ୬୮ ବଲର ସମ୍ମୁଖୀନ ହୋଇ ୱିକେଟ ବଂଚାଇ ରଖିବା ସହ ୧୨ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ୮ମ ୱିକେଟରେ ବିଶ୍ୱକପର ୪୦ ବର୍ଷ ତଳର ରେକର୍ଡ ଭଙ୍ଗ କରିଛନ୍ତି । ୧୯୮୩ରେ ଭାରତର କପିଳ ଦେବ ଓ ସୟେଦ କିରମାନୀ ୧୨୬ ରନ ଯୋଗ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ ହକ, ଅଜମୁତାଲ୍ଲା ଓମ୍ରଜାଇ ଓ ରଶିଦ ଖାଁ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

 

ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫ ୱିକେଟ ବିନିମୟରେ ୨୯୧ ରନ କରିଛି । ଇବ୍ରାହିମ ୧୨୯ ରନ କରି ଅପରାଜିତ ରହିଥିଲେ । ବିଶ୍ୱକପରେ ଏହା ତାଙ୍କର ପ୍ରଥମ ଏବଂ ଓଭରାଲ ୪ର୍ଥ ଶତକ । ସେ ପ୍ରଥମ ଆଫଗାନ ଖେଳାଳି ଭାବେ ବିଶ୍ୱକପରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହମାନୁଲ୍ଲା ଗୁରବାଜ ୨୧, ରହମତ ଶାହ ୩୦, ହସମୁତାଲ୍ଲା ଶାହୀଦ ୨୬ ଓ ଶେଷ ଭାଗରେ ରଶିଦ ଖାଁ ଦ୍ରୁତ ୩୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ ୨ଟି ଏବଂ ମିଚେଲ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସୱେଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.