Latest Odisha News

BREAKING NEWS

ରୂପେଲୀ ପରଦାକୁ ଫେରୁଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା !

ମୁମ୍ବାଇ : ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଦିନ ବ୍ୟବଧାନ ପରେ ଫେରୁଛନ୍ତି ରୂପେଲୀ ପରଦାକୁ । ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଫନି ଖାଁ’ ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ହେବାକୁ ଥିବା ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏହି ସିନେମା ‘ଫନି ଖାଁ’କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏଥିରେ ଭର୍ସାଟାଇଲ୍ ଆକ୍ଟର ଅନିଲ୍ କପୁରଙ୍କ ସହିତ ସାଥ୍ ଦେଉଛନ୍ତି ରାଜକୁମାର ରାଓ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

 

କିନ୍ତୁ ଯାହାବି କୁହନ୍ତୁ ଐଶ୍ୱର୍ଯ୍ୟା ରାୟଙ୍କର ସ୍ୱତନ୍ତ୍ର ଫ୍ୟାନ ରହିଛନ୍ତି । ପୂର୍ବରୁ ତାଙ୍କର ଯେତେବି ଫିଲ୍ମ ରିଲିଜ ହୋଇଛି ସବୁ ଫିଲ୍ମ ଦେଖିବାକୁ ହଲରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଜମିଥାଏ । ଏଯାଏଁ ରିଲିଜ ହୋଇଥିବା ସମସ୍ତ ଗୀତ ଗୁଡ଼ିକୁ ଭଲ ରେସପନ୍ସ ମିଳିପାରିଛି । ଏହି ଫିଲ୍ମକୁ ନେଇ ଦର୍ଶକ ମହଲରେ କ୍ରେଜ୍ ବଢାଇବାକୁ ଏକ ପପୁଲାର ପୁରୁଣା ଗୀତର ରିମେକ୍ କରାଯିବାର ଶୁଣାଯାଉଛି ।

ଗୀତଟି ଶମ୍ମି କପୁରଙ୍କ ଅଭିନୀତ ‘ପ୍ରିନ୍ସ’ ଫିଲ୍ମରେ ଥିବା ‘ବଦନ ପେ ସିତାରେ ଲପେଟେ ହୁଏ’ର ରିକ୍ରିଏଟ ଭର୍ସନ ଭାବରେ ଅନୀଲ କପୁର ନଜର ଆସିବେ । ବାସ୍ତବିକ ଏହି ଗୀତର ମ୍ୟୁଜିକ ଏବଂ ଲିରିକ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହି ପୁରୁଣା ଗୀତରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ମହମ୍ମଦ ରଫି ଗୀତ ଗାଇଥିବା ବେଳେ ଏବେର ରିକ୍ରିଏଟ ଭର୍ସନରେ କିନ୍ତୁ ରଫିଙ୍କ କଣ୍ଠସ୍ୱର ମିଳିବ ନାହିଁ । ଏହି ଗୀତରେ ଅନୀଲ କପୁର ଶମ୍ମୀଙ୍କ କିଛି ଆଇକନିକ ଡ୍ୟାନ୍ସ ପରଫର୍ମ କରୁଥିବାର ନଜର ଆସିବେ ।

ବଲିଉଡ଼ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଅନୀଲ ଏକ ଅର୍କେଷ୍ଟ୍ରା ଗାୟକ ଭାବେ ନଜର ଆସିବେ । ଯିଏକି ମହମ୍ମଦ ରଫି ଓ ଶମ୍ମି କପୁରଙ୍କୁ ନିଜର ଭଗବାନ ପରି ମାନିଥାଏ । ଏହା ଏକ ମ୍ୟୁଜିକାଲ ଡ୍ରାମା ଫିଲ୍ମ ହେବ ବୋଲି ନିର୍ଦ୍ଦେଶକ ଅତୁଲ କହିଛନ୍ତି ।

Leave A Reply

Your email address will not be published.