Latest Odisha News

ଆଇଟା-ଓଟିଏ ଟ୍ୟାଲେଂଟ ସିରିଜ: ସୂର୍ଯ୍ୟାଂଶ, ସାଇରାଂଶ ମାରିଲେ ବାଜି

ଭୁବନେଶ୍ୱର: ଓଡିଶା ଟେନିସ ଆସୋସିଏଶନ ଓ ଓଡିଶା ସରକାର ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପେ୍ଲକ୍ସରେ ଆଇଟା ଓ ଓଟିଏ ଟ୍ୟାଲେଂଟ ସିରିଜ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୪ରୁ ୧୨ ଓ ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପଶ୍ଚିମବଙ୍ଗ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଆୟୋଜକ ଓଡିଶାର ୫୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୧୨ ବର୍ଷରୁ କମ ବାଳକ ବିଭାଗ ଫାଇନାଲରେ ଓଡିଶାର ସୂର୍ଯ୍ୟାଂଶ ଥାଟୋଇ ୬-୧, ୬-୨ରେ ସାଥୀ ଖେଳାଳି ଦିବ୍ୟେଶ ବାରିକଙ୍କୁ ପରାସ୍ତ କରିଥିଲେ । ସେହିପରି ୧୪ ବର୍ଷରୁ କମ ବାଳକ ବିଭାଗରେ ପଶ୍ଚିମବଙ୍ଗର ସାଇରାଂଶ ଝା ସହଜରେ ଥାଟୋଇଙ୍କୁ ଫାଇନାଲରେ ପରାଜିତ କରିଥିଲେ ।

୧୪ ବର୍ଷରୁ କମ ବାଳକ ଡବଲ୍ସରେ ସାଇରାଂଶ ଓ ଭିଭାନ ଗୁପ୍ତା ୬-୨, ୬-୨ ସେଟରେ ସମୟ ଆଗମାନ ଓ ଶେଖ ସରୀମ ନୱାଜ ଯୋଡିଙ୍କୁ ଫାଇନାଲରେ ହରାଇଥିଲେ । ଓଟିଏର ସଭାପତି ଅସୀତ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସଞ୍ଜୀବ ପଣ୍ଡା ଟ୍ରଫି ଓ ପୁରସ୍କାର ରାଶି ପ୍ରତିଯୋଗୀଙ୍କୁ ପ୍ରଦାନ କରିଥିଲେ । ଓଟିଏର ଆଡମିନିଷ୍ଟ୍ରେଟିଭ ଅଫିସର ସମ୍ବିତ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଈତି ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ଏଥିରେ ବିଜେତା ଓ ରନର୍ସଅପ ଖେଳାଳିଙ୍କୁ ୨୫ ଓ ୨୦ ଆଇଟା ର‌୍ୟାଙ୍କିଙ୍ଗ ପଂଏଟ ମିଳିଛି ।

Comments are closed.