Latest Odisha News

BREAKING NEWS

ରୋହନ ବୋପାନ୍ନା, ଶ୍ରୀରାମ ବାଲାଜୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମନୋନୀତ

ନୂଆଦିଲ୍ଲୀ: ସର୍ବଭାରତୀୟ ଟେନିସ ସଂଘ (ଆଇଟା) ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ରୋହନ ବୋପାନ୍ନା ଓ ଶ୍ରୀରାମ ବାଲାଜୀଙ୍କ ନାମ ଘୋଷଣା କରିଛି । ପୁରୁଷ ଡବଲ୍ସ ବିଭାଗରେ ବିଶ୍ୱର ୪ ନମ୍ବର ଖେଳାଳି ବୋପାନ୍ନାଙ୍କୁ ତାଙ୍କ ଯୋଡି ବାଛିବା ପାଇଁ ଆଇଟା ଅନୁମତି ଦେଇଥିଲା । ଏହି ଷ୍ଟାର ଖେଳାଳି ବାଲାଜୀଙ୍କୁ ତାଙ୍କୁ ଯୋଡିଦାର ଭାବେ ବାଛିଥିଲେ । ଶ୍ରୀରାମ ଏବେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୬୭ତମ ସ୍ଥାନରେ ରହିଛନ୍ତି । ଏହି ଦୁଇ ଖେଳାଳିଙ୍କ ସହ କୋଚ ବାଲାଚନ୍ଦ୍ରନ ମଣିକଥ ଓ ଫିଜିଓ ରେବେକା ବି ଓରେଗେଶନ ପ୍ୟାରିସ ଯିବେ ।

ଆଇଟା ସୋସିଆଲ ମିଡିଆରେ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛି । ପୁରୁଷ ଡବଲ୍ସରେ ଏହି ଯୋଡି ଭାରତ ପାଇଁ ନିଶ୍ଚିତ ଭାବେ ପଦକ ଜିତିବେ ବୋଲି ଆଇଟା ପକ୍ଷରୁ ଦୃଢ଼ ଆଶା ପୋଷଣ କରାଯାଇଛି । ବୋପାନ୍ନା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ।

Comments are closed.