Latest Odisha News

BREAKING NEWS

ପୁଣି ଗଡ଼ିଲା ବଲିଉଡର ଆଉ ଏକ ମୁଣ୍ଡ; ଟ୍ୱିଟ କରି ସୂଚନା ଦେଲେ ଅଜୟ ଦେବଗନ

ନୂଆଦିଲ୍ଲୀ: ୨୦୨୦ ବଲିଉଡ ପାଇଁ ଏକ କଳା ବର୍ଷ ସାବ୍ୟସ୍ତ ହୋଇଛି । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନ ଅକ୍ଟୋବର ୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଜୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ଭାଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ଅଜୟ। ଅନିଲ ଦେବଗନ ପ୍ରେମ ପ୍ରକାଶ ଦେବଗନଙ୍କ ପୁଅ ଏବଂ ଅଜୟ ଦେବଗନଙ୍କ ଭାଇ ଅଟନ୍ତି ।

ଅଜୟ ଟ୍ୱିଟ କରି ଲେଖିଛନ୍ତି ଯେ ମୁଁ ଗତ ରାତିରେ ମୋର ଭାଇ ଅନିଲ ଦେବଗନଙ୍କୁ ହରାଇଛି । ତାଙ୍କର ଅକାଳ ବିୟୋଗ ଆମ ପରିବାର ଲୋକଙ୍କ ହୃଦୟକୁ ଭାଙ୍ଗି ଦେଇଛି । ତାଙ୍କ ଅମର ଆତ୍ମାର ସଦଗତି ​ ନିମନ୍ତେ ପ୍ରାର୍ଥନା କରନ୍ତୁ ।

କୋଭିଡ ନିୟମ ଯୋଗୁଁ ଆମର ବ୍ୟକ୍ତିଗତ ପ୍ରାର୍ଥନା ସଭା ହୋଇ ପାରିବ ନାହିଁ। ଅଜୟ ଏହି ଖବର ପୋଷ୍ଟ କରିବା ମାତ୍ରେ ପ୍ରଶଂସକ ଏବଂ ସହକର୍ମୀମାନେ ସମବେଦନା ଜଣାଇଛନ୍ତି। ଅଭିଷେକ ବଚ୍ଚନ, କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଅନୀଲ ଦେବଗନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଅଜୟ ଦେବଗନଙ୍କ ଅଭିନୀତ ରାଜୁ ଚାଚା ଏବଂ ବ୍ଲାକମେଲ ଆଦିରେ ଅନୀଲ ନିର୍ଦ୍ଦେଶନା ଦେଇଥିଲେ।

ଅନିଲ ୧୯୬୬ ରେ ‘ଜିଟ୍’ର ସହନିର୍ଦ୍ଦେଶକ ଭାବରେ ଆରମ୍ଭ କରିଥିଲେ। ସେ ଅଜୟ ଦେବଗନ୍ ଏବଂ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ସନ୍ ଅଫ୍ ସର୍ଦ୍ଦାର’ର କ୍ରିଏଟିଭ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.