Latest Odisha News

BREAKING NEWS

ରେଡ ୨ରେ ପୁନର୍ବରେ ଏକତ୍ର ହେବେ ଅଜୟ ଓ ରାଜକୁମାର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗାନ ଓ ନିର୍ଦ୍ଦେଶକ ରାଜକୁମାର ଗୁପ୍ତା ରେଡ ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଦୃଶ୍ୟମ ସିକ୍ୱେଲର ସଫଳତା ପରେ ଅଜୟ ଏହି ଫିଲ୍ମ ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହା ବାସ୍ତବିକ ଜୀବନର ଘଟଣା ଉପରେ ଆଧାରିତ ହେବ । ପ୍ରସ୍ତୁତ ସ୍କ୍ରିପ୍ଟ ନେଇ ମଧ୍ୟ ଅଜୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୁବ ଶୀଘ୍ର ଅନ୍ୟ ଷ୍ଟାର କାଷ୍ଟ ଚୟନ କରାଯିବା ସହ ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ କରାଯିବ । ଜିଓ ସହ ଅଜୟ ଓ କୁମାର ମଙ୍ଗତ ୩ଟି ଫିଲ୍ମ କରିବା ନେଇ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ଫିଲ୍ମଗୁଡିକ ହେଲା ରେଡ ୨, ଦୃଶ୍ୟମ ୩ ଓ ବ୍ଲାକ ମ୍ୟାଜିକ ।

ଗୁଜରାଟର ସୁପରହିଟ ଫିଲ୍ମ ବଶର ହିନ୍ଦୀ ରିମେକ ହେଉଛି ବ୍ଲାକ ମ୍ୟାଜିକ । ଏହା ବ୍ୟତୀତ ଅଜୟ ଖୁବ ଶୀଘ୍ର ସିଂଘମ ଏଗେନର ଶୁଟିଂରେ ବ୍ୟସ୍ତ ରହିବେ । ଭୋଲା ଫିଲ୍ମ ଫ୍ଲପ ହେବା ଦୃଶ୍ୟମ ୨ ମାଧ୍ୟମରେ ଅଜୟ ସଫଳ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଫିଲ୍ମଗୁଡିକର ସଫଳତା ନେଇ ସେ ବେଶ ଆଶାୟୀ ଅଛନ୍ତି ।

Comments are closed.