Latest Odisha News

ନିଜ ଆଗାମୀ ଚଳଚ୍ଚିତ୍ରର ଘୋଷଣା କଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଅଜୟ ଦେବଗନ୍ ତାଙ୍କ ନୂଆ ଚଳଚ୍ଚିତ୍ର ‘ଗୋବାର’ ବିଷୟରେ ଘୋଷଣା କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେବେ ସବଲ ଶିଖାୱତ୍‌ ଏବଂ ସିଦ୍ଧାର୍ଥ ରୟ କପୁର।

ଅଜୟ ଇନଷ୍ଟାଗ୍ରାମରେ ଏହି ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ସେ ସିଦ୍ଧାର୍ଥ ଏବଂ ସବଲଙ୍କ ସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଏହି ଚଳଚ୍ଚିତ୍ର ବିଷୟରେ ଅଜୟ କହିଛନ୍ତି ଯେ, “ଗୋବାରର କାହାଣୀ ବେଶ୍‌ ନିଆରା। ମୁଁ ନିଶ୍ଚିତ ଯେ ଏହା ଲୋକମାନଙ୍କୁ ପ୍ରେକ୍ଷାଳୟକୁ ଯିବାକୁ ବାଧ୍ୟ କରିବ।

ଗୋବାର ଏକ ପଶୁପ୍ରେମୀ ପ୍ରାଣୀ ଚିକିତ୍ସକଙ୍କ କାହାଣୀ। ଯିଏ ସେ କାର୍ଯ୍ୟ କରୁଥିବା ସ୍ଥାନୀୟ ଡାକ୍ତରଖାନାରେ ଏକ ଦୁର୍ନୀତି ୱେବ୍ ବିଷୟରେ ଜାଣିବାକୁ ପାଇଥାନ୍ତି। ସେ ଏହା ବିରୁଦ୍ଧରେ ସ୍ବର ଉଠାନ୍ତି ଏବଂ ସବୁକିଛି ଠିକ୍ କରିବାକୁ ନିଷ୍ପତ୍ତି ନିଅନ୍ତି। ଏହି ଚଳଚ୍ଚିତ୍ରଟି ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ।

Leave A Reply

Your email address will not be published.