Latest Odisha News

BREAKING NEWS

ରବିବାର ଉତ୍ତରପ୍ରଦେଶ ଲକ୍‌ଡାଉନ

ନୂଆଦିଲ୍ଲୀ: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ରବିବାର ଦିନ ଉତ୍ତରପ୍ରଦେଶରେ ଲକଡାଉନ୍ ଲାଗୁ କରାଯିବ। ଏହି ଲକ୍‌ଡାଉନ୍‌ ରାଜ୍ୟର ସମସ୍ତ ସହର ଏବଂ ଗ୍ରାମାଞ୍ଚଳରେ ଲାଗୁ ହେବ।

ଏଥିସହ ଫେସ୍ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ପାଇଁ ଜରିମାନା ୧୦୦୦ ଟଙ୍କା ହୋଇଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ଦ୍ବାରା ଦ୍ବିତୀୟ ଉଲ୍ଲଂଘନ କଲେ ୧୦,୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ।

ରବିବାର ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ସମୟରେ ସର୍ବସାଧାରଣ ସ୍ଥାନଗୁଡିକର ପରିମଳ ପ୍ରତି ଧ୍ୟାନ ଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ଜରୁରୀ ସେବାଗୁଡିକ ଏହି ଦିନିକିଆ ଲକଡାଉନ୍‌ରେ କୋହଳ ରହିବ।

Leave A Reply

Your email address will not be published.