Latest Odisha News

BREAKING NEWS

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଶିବ ଅବତାର ଧାରଣ କରିବେ ଅଜୟ ଦେବଗନ୍‌ !

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଓମ୍‌ ରାଉତଙ୍କ ଆଗାମୀ ସିନେମା ‘ଆଦିପୁରୁଷ’ ଭାରତୀୟ ଧର୍ମଗ୍ରନ୍ଥର କାହାଣୀ ଉପରେ ଆଧାରିତ। ଏହି ଫିଲ୍ମର କାହାଣୀ ମନ୍ଦ ଉପରେ ଭଲର ବିଜୟକୁ ନେଇ ଗତିଶୀଳ।

ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଏଥିରେ ଖଳନାୟକ ଅର୍ଥାତ୍‌ ଲଙ୍କାଧିପତି ରାବଣ ଭୂମିକାରେ ନଜର ଆସିବେ ସୈଫ୍‌ ଅଲ୍ଲୀ ଖାନ୍‌।

ତେବେ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍‌ଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ। ସେ ଏଥିରେ ମହାଦେବଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ତେବେ ଏହାକୁ ଆନୁଷ୍ଠାନିକ ଭାବେ ନେଇ କୌଣସି ସୂଚନା ମିଳି ନଥିବା ବେଳେ ବଲିଉଡ୍‌ରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Leave A Reply

Your email address will not be published.