Latest Odisha News

BREAKING NEWS

କଲମ୍ବସ୍ ଡେ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ?

ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ସୋମବାର ଦିନ କଲମ୍ବସ୍‌ ଡେ ପାଳନ କରାଯାଏ। ୧୭୯୨ରେ ଏହା ପ୍ରଥମ ଥର ପାଇଁ ନ୍ୟୁୟର୍କରେ ପାଳିତ ହୋଇଥିଲା।

୧୯୩୭ରେ ଏହାକୁ ସରକାରୀ ମାନ୍ୟତା ମିଳିଥିଲା। କାନାଡା, ଇଟାଲି, ସ୍ପେନ୍‌, ଆର୍ଜେଣ୍ଟିନା, କଲମ୍ବିଆ, ଭେନିଜୁଏଲା, କୋଷ୍ଟାରିକା ଏବଂ କାରିବିୟାନ୍‌ ଭଳି ଦ୍ୱୀପସମୂହରେ ମଧ୍ୟ ଏହା ପାଳନ କରାଯାଏ।

୧୪୯୨ ଅକ୍ଟୋବର ୧୨ରେ କ୍ରିଷ୍ଟୋଫର୍‌ କଲମ୍ବସ୍‌ ପ୍ରଥମ ଥର ପାଇଁ ତାଙ୍କ ସାଥୀମାନଙ୍କ ସହିତ ଆମେରିକା ଆସିଥିଲେ। କଲମ୍ବସ୍‌ଙ୍କୁ ଆମେରିକା ବା ନବ ବିଶ୍ୱ ଆବିଷ୍କାର ମାନ୍ୟତା ଦିଆଯାଇଛି।

କଲମ୍ବସ୍‌ଙ୍କ ଯୋଗୁ ଆମେରିକାର ୩୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ସାମାନ୍ୟ ଅପରାଧ ପାଇଁ ସେ କଠୋର ଦଣ୍ଡ ବିଧାନ କରୁଥିଲେ। କଲମ୍ବସ୍‌ ଜେନୋଆର ନାଗରିକ ଥିଲେ। ଏବେ ତାଙ୍କ ବଂଶଧରମାନେ ସ୍ପେନ୍‌ରେ ବାସ କରୁଛନ୍ତି।

Leave A Reply

Your email address will not be published.