Latest Odisha News

BREAKING NEWS

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ ଘୁଂଚିବାରେ ଲାଗିଛି । ଏବେ ସେପ୍ଟମ୍ବର ୭ରେ ଏହାକୁ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଶେଷ ଉଦ୍ୟମ କରାଯାଇଛି । ଅବଶ୍ୟ ମେକର୍ସଙ୍କ ପକ୍ଷରୁ ଓଟିଟି ରିଲିଜ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଅଜୟ ଦେବଗାନଙ୍କ ଭୋଲା ଫିଲ୍ମ ପରେ ଏହାକୁ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଭୋଲା ଫିଲ୍ମର ସଫଳତା ମୈଦାନକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଥିଲା । ମାତ୍ର ଭୋଲା ଫ୍ଲପ ହେବା ପରେ ମେକର୍ସଙ୍କ ମୈଦାନ ରିଲିଜ ତାରିଖ ଘୁଂଚାଇବାକୁ ବାଧ୍ୟ ହୋଇଥିଲେ । ଖୁବ ଶୀଘ୍ର ଏହାର ରିଲିଜ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Comments are closed.