Latest Odisha News

BREAKING NEWS

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି।

କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ ଲାଗିଛନ୍ତି। ବିଧାନ ପରିଷଦର ବିଧାୟକ ମନୀଷା କାୟନ୍ଦେ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଯାଇଛନ୍ତି। ସେହିପରି ଦୁଇଦିନ ତଳେ ଶିବସେନାର ପୂର୍ବତନ ବିଧାୟକ ଶିଶିର ସିନ୍ଦେ ମଧ୍ୟ ଉଦ୍ଧବଙ୍କ ହାତ ଛାଡିଥିଲେ।

କିନ୍ତୁ ଏସବୁ ପରେ ମଧ୍ୟ ପ୍ରତିଷ୍ଠା ଦିବସରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ଗୋଷ୍ଠୀ । ଵାଲା ସାହେବ ଠାକରେଙ୍କ ଆଦର୍ଶକୁ ଅସ୍ତ୍ର କରି ଉଦ୍ଧବ ପ୍ରତିଷ୍ଠା ଦିବସରେ ହୁଙ୍କାର ଦେଇଛନ୍ତି।

କିନ୍ତୁ ପରିବର୍ତିତ ସ୍ଥିତିରେ ଏବେ ଶିବସେନା ଦୁଇଭାଗ ହେବା ସହ ଏକନାଥ ସିନ୍ଦେଙ୍କ ପକ୍ଷରେ ୪୦ ଜଣ ବିଧାୟକ ଓ ୧୩ ଜଣ ସାଂସଦ ରହିଛନ୍ତି। ସେହିଭଳି ଉଦ୍ଧବଙ୍କ ପଟେ ୧୬ ବିଧାୟକ ଓ ୭ ଜଣ ସାଂସଦ ରହିଛନ୍ତି।

ସେପଟେ ଉଦ୍ଧବଙ୍କ ହାତ ଛାଡିଥିବା ମନୀଷା କାୟନ୍ଦେ ବଡ଼ ଅଭିଯୋଗ ଆଣିଛନ୍ତି। ଦଳୀୟ କାର୍ଯ୍ୟ ସମ୍ପର୍କରେ ଉଦ୍ଧବଙ୍କୁ ଭେଟିବା ସମ୍ଭବ ହେଉ ନ ଥିବା ବେଳେ ଠାକରେ ଗୋଷ୍ଠୀ ପକ୍ଷରୁ ମହିଳାଙ୍କ ଠାରୁ ଅର୍ଥ ନିଆଯାଉଛି। ସେପଟେ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା କହିବା ସହ ସିନ୍ଦେ ସରକାର ଭଲ କାମ କରୁଛି ବୋଲି ସେ କହିଛନ୍ତି।

ସେପଟେ ସିନ୍ଦେ ମଧ୍ୟ ଉଦ୍ଧବଙ୍କ ଉପରେ ବର୍ଷିଛନ୍ତି। ଶିବସେନା ଦୁଇ ଗୋଷ୍ଠୀର ଲଢେଇ ମଧ୍ୟରେ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୩୦୨ ରୁ ଅଧିକ ଲୋକସଭା ସିଟ ଜିତିବ ବୋଲି ମନ୍ତବ୍ୟ ରଖିଛନ୍ତି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏ କଥା କହିଛନ୍ତି।

ଏପରିକି ବିରୋଧୀ ଏକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବେନ୍ଦ୍ର। ୨୦୧୯ ମସିହାର ବିରୋଧୀ ବୈଠକ କଥା ମନେ ପକାଇ ସେ କହିଛନ୍ତି ଯେ ସେତେବେଳେ ବିରୋଧୀଙ୍କ ବୈଠକରେ ୫୫ ଜଣ ନେତା ଏକାଠି ହୋଇଥିଲେ।

କିନ୍ତୁ କଂଗ୍ରେସ ତାଠୁ କମ ସିଟ ଜିତିଥିଲା। ଏଭଳି ଢଙ୍ଗରେ ବିରୋଧୀଙ୍କ ଏକତାକୁ ସମାଲୋଚନା କରିଛନ୍ତି ବିଜେପି ନେତା। ଏହାକୁ ନେଇ ମହାରାଷ୍ଟ୍ର ରାଜନିତି ଚଳଚଞ୍ଚଳ ହୋଇଛି।

Leave A Reply

Your email address will not be published.