Latest Odisha News

BREAKING NEWS

ୟୁପିର ବଡ ବଦମାଶ ହେବେ ଅଜୟ

ମୁମ୍ବାଇ:ଅଜୟ ଦେବଗାନ ତାଙ୍କର ଆଗାମୀ ଫିଲ୍ମ ଭୋଳା ଫିଲ୍ମର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତାମିଲ ସୁପରହିଟ କୈଥୀର ଏହା ରିମେକ ଅଟେ । ୟୁପିର ଏକ କୁଖ୍ୟାତ ଡନ ଉପରେ ଫିଲ୍ମଟି ଆଧାରିତ । ଅଜୟଙ୍କ ସହ ତବୁ ଏହି ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ । ତବୁ ପୋଲିସ ଅଫିସର ଭୂମିକା ନିଭେଇବେ । ଅଜୟ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏ ନେଇ ସୂଚନା ଦେଇଛନ୍ତି । ୩୦ ମାର୍ଚ୍ଚ ୨୦୨୩ରେ ଫିଲ୍ମକୁ ରିଲିଜ କରିବା ଘୋଷଣା କରାଯାଇଛି ।

ଶିବାୟ, ତାହ୍ନାଜୀ ଦି ଅନସଙ୍ଗ ୱାରିୟର ପରି ଫିଲ୍ମର ସମ୍ପାଦନ କରିଥିବା ଧମେନ୍ଦ୍ର ଶର୍ମାଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦିଆଯାଇଛି । ନିକଟରେ ଅମିତାଭ ବଚ୍ଚନଙ୍କ ସହ ଅଜୟଙ୍କ ରନୱେ ୩୪ ଫିଲ୍ମ ରିଲିଜ ହୋଇଥିଲା । ଅବଶ୍ୟ ବକ୍ସ ଅଫିସରେ ଏହା ସେତେଟା ଲାଭ ହୋଇପାରି ନ ଥିଲା । ଅଜୟ ଏଥିରେ ନିର୍ଦ୍ଦେଶନା ଦେଇଥିଲେ ।

Comments are closed.