Latest Odisha News

BREAKING NEWS

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ମଙ୍ଗଳବାର ଜିଲ୍ଲାପାଳ ଏକ ବୈଠକ କରିଛନ୍ତି । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବୈଠକର ଅଧ୍ୟକ୍ଷତା କରିଥିଲେ ।

ମେ ୩୧ରେ ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏବଂ ଉପ-ନିର୍ବାଚନ ସଂକ୍ରାନ୍ତ ଅନ୍ୟ ସ୍ୱତନ୍ତ୍ର ନିୟମ ଆସନ୍ତା କାଲି ଠାରୁ ଲାଗୁ ହେବ ବୋଲି ବୈଠକରୁ ଜଣାପଡ଼ିଛି ।

ଉପ-ନିର୍ବାଚନ ପାଇଁ ୫ଟି ଏସଏସପି ଏବଂ ୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ନିର୍ବାଚନ କମିଶନଙ୍କ ପୋର୍ଟାଲ ଜରିଆରେ ଯାହା ଅଭିଯୋଗ ଆସିବ ତାକୁ ଅନୁଧ୍ୟାନ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଶାନ୍ତିପୂର୍ଣ୍ଣ ନିର୍ବାଚନ ଓ ନକ୍ସଲି ହିଂସା କୁ ଏଡେଇବା ଲାଗି ବର୍ଡର ସିଲ୍ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି । ସୂଚନାଯୋଗ୍ୟ, ମେ ୪ ରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ତାରିଖ ହେଉଛି ମେ ୧୧ । ପ୍ରାର୍ଥୀପତ୍ର ଯାଞ୍ଚ ପାଇଁ ମେ ୧୨ ତାରିଖ ଧାର୍ଯ୍ୟ ହୋଇଛି । ମେ ୧୭ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ୩୧ ମେ ରେ ହେବ ନିର୍ବାଚନ ଏବଂ ଜୁନ୍ ୩ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.