ମୁମ୍ବାଇ: ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରୀଲର ଫିଲ୍ମ “ଦୃଶ୍ୟମ ୩”ର ଟିଜର ରିଲିଜ୍ ହୋଇଛି। ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।
ତେବେ ଏହି ଫିଲ୍ମ ମୋହନଲାଲ-ଜିତୁ ଜୋସେଫଙ୍କ ଫିଲ୍ମ “ଦୃଶ୍ୟମ”ର ହିନ୍ଦୀ ରିମେକ୍ ଅଟେ। ଦକ୍ଷିଣ ଭାରତୀୟ ସଂସ୍କରଣରେ ଏହି ଫିଲ୍ମର ସୁଟିଂ ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଥିବା ବେଳେ ହିନ୍ଦୀ ସଂସ୍କରଣର ସୁଟିଂ ବର୍ତ୍ତମାନ ଚାଲିଥିବା ନେଇ ସୂଚନା ମିଳିଛି। ୭୩ ସେକେଣ୍ଡର ଏହି ଟିଜର ବିଜୟ ସାଲଗାଓଁକର ଅର୍ଥାତ୍ ଅଜୟ ଦେବଗନଙ୍କ ଭଏସ୍ ଓଭରରୁ ଆରମ୍ଭ ହୁଏ। “ଦୁନିଆ ତାଙ୍କୁ ଅନେକ ପରିଚୟ ଦେଇଛି ଯେଉଁଥିରେ ଅପରାଧୀ, ହତ୍ୟାକାରୀ, ପ୍ରତାରକ, ଚତୁର, ଠକ, ନାୟକ, ନିର୍ଦ୍ଦୋଷ, ପିତା ଏବଂ ମାଷ୍ଟରମାଇଣ୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଥିବା ସେ କହିଛନ୍ତି। କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ କାରଣ ଗତ ସାତ ବର୍ଷ ମଧ୍ୟରେ ଯାହା ଘଟିଛି। ସେ ଯାହା କରିଛନ୍ତି, ଦେଖିଛନ୍ତି କିମ୍ବା ଦେଖାଇଛନ୍ତି ସେଥିରୁ ସେ ଗୋଟେ କଥା ଶିଖିଛନ୍ତି ଯେ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ଅଲଗା ସତ ରହିଛି ଏବଂ ତାହା ସେମାନଙ୍କ ଅଧିକାର ମଧ୍ୟ ବୋଲି ସେ କହିଛନ୍ତି।
ଗଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଓ ଶେଷ ଅଧ୍ୟାୟ ଏପର୍ଯ୍ୟନ୍ତ ବାକି ଥିବା ନେଇ ଅଜୟ ଟିଜରରେ କହିଛନ୍ତି। ଖେଳ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ନେଇ ଟିଜରରେ କୁହାଯାଇଛି। ଏହି ଫିଲ୍ମର ହିନ୍ଦୀ ସଂସ୍କରଣର ସୁଟିଂ ଜୋରସୋରରେ ଚାଲିଛି। ଏହା ୨ ଅକ୍ଟୋବର ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ନିର୍ମାତାମାନେ ଘୋଷଣା କରିଛନ୍ତି।
Comments are closed.