Latest Odisha News

BREAKING NEWS

ଭଁସାଲୀଙ୍କ ଏକା ଜିଦ ଅଜୟ ହେବେ ତାନସେନ !

ମୁମ୍ବାଇ: ବଲିଉଡର ମହାନ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ତାଙ୍କର ଆଗାମୀ ଫିଲ୍ମ ବୈଜୁ ବାୱାରା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୧୯୫୨ରେ ବିଜୟ ଭଟ୍ଟଙ୍କ ଦ୍ୱାରା ନିର୍ମିତ ବୈଜୁ ବାୱାରାର ଏହା ରିମେକ ଅଟେ । ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯାଇଛି । ତେବେ ଭଁସାଲୀଙ୍କ ଏକା ଜିଦ ଅଜୟ ଦେବଗାନ ହେବେ ତାନସେନ । ଏଥିପାଇଁ ସେ ଅଜୟଙ୍କ ଘରକୁ ଦୌଡିବା ଆରମ୍ଭ କରି ଦେଇଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅଜୟ ଏଥିପାଇଁ ରାଜି ହୋଇ ଯାଇଛନ୍ତି । ଏହା ଅବଶ୍ୟ ବିଧିବଦ୍ଧ ଭାବେ ଅଜୟ କିମ୍ବା ଭଁସାଲୀ ଘୋଷଣା କରି ନାହାନ୍ତି ।

ନିକଟରେ ଭଁସାଲୀଙ୍କ ଗଙ୍ଗୁବାଇ କାଠିୟାୱାଡିରେ ମଧ୍ୟ ଅଜୟ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥିଲେ । ଏହା ଫିଲ୍ମ ସଫଳତାର କାରଣ ମଧ୍ୟ ସାଜିଥିଲା । ଅଜୟ ସର୍ବଦା ଭଁସାଲୀଙ୍କ ପାଇଁ ଲକି ସାବ୍ୟସ୍ତ ହେଉଥିବାରୁ ସେ ବୈଜୁ ବାୱାରରେ ମଧ୍ୟ ତାଙ୍କୁ ନେବାକୁ ଚାହୁଁଛନ୍ତି ।

Comments are closed.