Latest Odisha News

BREAKING NEWS

୧୨ରୁ ୧୪ ବର୍ଷ ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ଆଜିଠାରୁ ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଭାରତରେ ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି । ମୋଦି କହିଛନ୍ତି ନାଗରିକ ଟିକାକରଣ ଲାଗି ଭାରତ ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

BjdElectrycity

ଏନେଇ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ନାଗରିକ ମାନଙ୍କ ଟିକାକରଣ ପାଇଁ ଭାରତ ବର୍ଷରେ ଏକ ଗରୁତ୍ୱପୂର୍ଣ୍ଣ ଦିନ । ଏବେଠାରୁ ୧୨ ରୁ ୧୪ ବର୍ଷ ବୟସ୍କ ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇଛନ୍ତି । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ସବୁ ନାଗରିକ ଆଜିଠାରୁ ବୁଷ୍ଟର ଡୋଜ ନେଇପାରିବେ । ଏହି ବର୍ଗର ଲୋକମାନଙ୍କୁ ଟିକା ନେବା ପାଇଁ ମୁଁ ଅନୁରୋଧ କରୁଛି ବୋଲି ମୋଦି କହିଛନ୍ତି ।

ସମଗ୍ର ବିଶ୍ୱ କଥା ଚିନ୍ତା କରିବା ଲାଗି ଭାରତର ପ୍ରାଚୀନ ନୀତିଅନୁରୂପ , ଆମେ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମ ଅଧିନରେ ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇଛୁ । ଭାରତରେ ଟିକାକରଣ ପ୍ରୟାସ କୋଭିଡ ୧୯ ବିରୋଧୀ ଲଢେଇକୁ ଆହୁରୀ ମଜବୁତ୍ କରିଥିବାରୁ ମୁଁ ଆନନ୍ଦିତ । ଆଜି ଭାରତରେ ଅନେକ ଗୁଡିଏ ମେଡ ଇନ୍ ଇଣ୍ଡିଆ ଟିକା ରହିଛି । ବିଦ୍ଧିବଦ୍ଧ ମୂଲ୍ୟାଙ୍କନ ପକ୍ରିୟା ପରେ ଆମେ ଟିକା ଗୁଡିକୁ ମଞ୍ଜୁରୀ ଦେଇଛୁ ।

ଏହି ପ୍ରାଣଘାତୀ ମହାମାରୀ ବିରୋଧୀ ଲଢେଇରେ ଆମେ ଅପେକ୍ଷାକୃତ ଅଧିକ ଉନ୍ନତି ସ୍ଥିତିରେ ରହିଛୁ । ତେବେ ଆମ ସମସ୍ତଙ୍କୁ କୋଭିଡ ସଂକ୍ରାନ୍ତରେ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ମୋଦି କହିଛନ୍ତି ।

Comments are closed, but trackbacks and pingbacks are open.