Latest Odisha News

BREAKING NEWS

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଶତକ, ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ସେଞ୍ଚୁରୀ

ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଅଧିନାୟକ ଇନିଂସ ଖେଳିଲେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଦିନରେ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ୧୨ତମ ଟେଷ୍ଟ ଶତକ । ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି ରାହାଣେ । ପୂର୍ବରୁ ୨୦୧୪ରେ ବକ୍ସିଂ ଡେ ଟେଷ୍ଟରେ ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ୧୪୭ରନ୍ ହାସଲ କରିଥିଲେ ।

ଆଜି ବର୍ଷା କାରଣରୁ ଖେଳକୁ ସ୍ଥଗିତ ରଖାଯାଇଛି । ରବୀନ୍ଦ୍ର ଜାଡେଜାଙ୍କୁ ସାଥି କରି ରାହାଣେ ଷଷ୍ଠ ଓ୍ୱିକେଟରେ ୧୯୬ବଲରେ ୧୦୪ରନ ପାର୍ଟନରସିପ କରିଛନ୍ତି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆଠାରୁ ୮୨ରନରେ ଅଗ୍ରଣୀ ରହିଛି ଟିମ୍ ଇଣ୍ଡିଆ ।

ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶତକ ହାସଲ କରିଥିବା ପଞ୍ଚମ ଅଧିନାୟକ ହୋଇଛନ୍ତି ଆଜିଙ୍କ୍ୟ ରାହାଣେ । ତାଙ୍କ ପୂର୍ବରୁ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନ ଏହି ତାଲିକାରେ ନାଁ ଲେଖାଇଛନ୍ତି ।

ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ ହାସଲ କରିଥିବା ଭାରତୀୟ ଅଧିନାୟକ
୧. ମହମ୍ମଦ ଅଜହରୁଦ୍ଦିନ- ୧୦୬ ଆଡିଲେଡ (୧୯୯୧/୯୨)
୨. ସଚିନ୍ ତେନ୍ଦୁଲକର- ୧୧୬ ମେଲବୋର୍ଣ୍ଣ (୧୯୯୯/୦୦)
୩. ସୌରଭ ଗାଙ୍ଗୁଲି- ୧୪୪ ବ୍ରିସବେନ୍ (୨୦୦୩/୦୪)
୪. ବିରାଟ କୋହଲି- ୧୧୫ ଓ ୧୪୧ ଆଡିଲେଡ୍ (୨୦୧୪/୧୫)
୫. ବିରାଟ କୋହଲି- ୧୪୭ ସିଡନୀ (୨୦୧୪/୧୫)
୬. ବିରାଟ କୋହଲି- ୧୨୩ ପର୍ଥ (୨୦୧୮/୧୯)
୭. ଅଜିଙ୍କ୍ୟ ରାହାନେ- ୧୦୦ ଞ୍ଚ ମେଲବୋର୍ଣ୍ଣ (୨୦୨୦/୨୧)

Leave A Reply

Your email address will not be published.