Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଫର୍‌ହାନ୍‌ଙ୍କ ‘ତୁଫାନ୍‌’ ଲୁକ୍‌

ନୂଆଦିଲ୍ଲୀ: ବାୟୋପିକ୍ ବିଶେଷଜ୍ଞ କୁହାଯାଉଥିବା ଅଭିନେତା ଫର୍‌ହାନ୍‌ ଖାନ୍‌ ନିଜର ଚମତ୍କାର ଅଭିନୟ ପାଇଁ ବେଶ୍‌ ପରିଚିତ। ଫିଲ୍ମ ‘ଭାଗ୍‌ ମିଲ୍‌ଖା ଭାଗ୍‌’ରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ତେବେ ଫରହାନ୍ ପୁଣି ଥରେ ବଡ ପରଦାରେ ଧୁମ୍‌ ମଚେଇବାକୁ ସଜବାଜ ହେଉଛନ୍ତି। ସେ ପୁଣି ଥରେ ‘ଭାଗ୍‌ ମିଲ୍‌ଖା ଭାଗ୍‌’ରେ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କ ଫିଲ୍ମ ‘ତୁଫାନ୍‌’ରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ସେ ଦୀର୍ଘ ଦିନ ଧରି ‘ତୁଫାନ୍‌’ରେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଫରହାନ୍ ବକ୍ସିଂ ଡେର ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଫରହାନ୍ ଏକ ବକ୍ସିଂ ଗ୍ଲୋବ ପିନ୍ଧିଛନ୍ତି ଏବଂ ଜଣେ ବକ୍ସର ପରି ପୋଜ୍ ଦେଇଛନ୍ତି। ସେହି ଫଟୋ ସହିତ, ସେ ଲେଖିଛନ୍ତି – ଯେତେବେଳେ ତୁମକୁ କେବଳ ୨୪ ଘଣ୍ଟା ଧରି ଏବଂ ସାତ ଦିନ ପାଇଁ ବକ୍ସିଂ କରିବାକୁ ପଡେ ସେତେବେଳେ ଏମିତି ଏକ ତୁଫାନି ପୋଷ୍ଟ ନିଶ୍ଚିତ ଆବଶ୍ୟକ।

ଅକ୍ଟୋବର ୨୦୨୦ରେ ଫରହାନଙ୍କ ଅଭିନୀତ ଚଳଚ୍ଚିତ୍ର ତୁଫାନ୍‌ ମୁକ୍ତିଲାଭ କରିବାର ଯୋଜନା ଥିଲା। ଏ ନେଇ ଫରହାନ ନିଜେ ଘୋଷଣା କରିଥିଲେ। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇପାରି ନଥିଲା।

ଆସନ୍ତା ବର୍ଷ ଫରହାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୁଫାନ୍‌’ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ଫିଲ୍ମରେ ଫରହାନଙ୍କ ଲୁକ୍ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.