Latest Odisha News

BREAKING NEWS

ବିବାଦ ସୃଷ୍ଟି କଲା ରାହୁଲଙ୍କୁ ନେଇ ଅଗରକରଙ୍କ ବୟାନ

ମୁମ୍ବାଇ: ଏସିଆ କପ ୨୦୨୩ ପାଇଁ ଭାରତୀୟ କ୍ରିକେଟ ଦଳର ଚୟନ ହୋଇସାରିଛି । ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ୧୭ଜଣିଆ ଦଳ ଚୟନ କରାଯାଇଛି । କେଏଲ ରାହୁଲ ଆଘାତ ସମସ୍ୟା ପରେ ଦଳକୁ ଫେରିଛନ୍ତି । ଅଗରକରଙ୍କ ବୟାନ ରାହୁଲ ସମ୍ପୂର୍ଣ୍ଣ ଫିଟ ହେବା ନେଇ ସଂଶୟ ସୃଷ୍ଟି କରିଛି । ଅଗରକର କହିଥିଲେ, ରାହୁଲ ଯଦି ଏସିଆ କପ ଆରମ୍ଭରୁ ଫିଟ ହୋଇ ନ ଥିଲେ ମଧ୍ୟ ୨/୩ଟି ମ୍ୟାଚ ପରେ ଫିଟ ହୋଇଯିବେ । ସେଥିପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ସଞ୍ଜୁ ସାମସନଙ୍କୁ ରଖାଯାଇଛି । ଫିଟ ନ ଥିବା ସତ୍ୱେ ରାହୁଲଙ୍କ ସାମିଲ ନେଇ ଏବେ ପ୍ରଶ୍ନ ଉଠିଛି ।

ଏହି ଅବସରରେ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ ଭାବେ ଟିମର ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଦଳରେ ଏପରି ଖେଳାଳି ରଖିଛୁ ଯିଏକି ସମସ୍ତ ପୋଜିଶନରେ ଖେଳିପାରିବେ । ଆର୍ନ୍ତାତୀୟ ମ୍ୟାଚରେ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ଏହି ରଣନୀତି ପ୍ରସ୍ତୁତ କରାଯାଇଛି । ଟିମରେ ଅଫ ସ୍ପିନର ଅଭାବ ନେଇ ସେ କହିଥିଲେ, ଟିମ ସନ୍ତଳନ ପାଇଁ ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ । ୮ମ ଓ ୯ମ ସ୍ଥାନରେ ଏପରି ଖେଳାଳି ଖେଳାଇବାକୁ ଚାହୁଁଛୁ ଯିଏ ବ୍ୟାଟିଂ କରିପାରିବ । ଏଥିଯୋଗୁ ଅନେକ ଖେଳାଳି ଭଲ ପ୍ରଦର୍ଶନ ସତ୍ୱେ ଟିମରୁ ବାହାରେ ରହିଛନ୍ତି ।

Comments are closed.