Latest Odisha News

BREAKING NEWS

ଅଜିତ୍ ଡୋଭଲଙ୍କୁ ଅନ୍ତର୍ଜାତୀୟ ସମ୍ପତ୍ତି କହିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତୀର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ୍ ଡୋଭଲଙ୍କୁ ଭୁରି ଭୁରି ପ୍ରଂଶସା କଲେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି। ସୂଚନା ଅନୁସାରେ ନୂଆଦିଲ୍ଲୀରେ ଆମେରିକା-ଭାରତର ମିଳିତ କାର୍ଯ୍ୟକ୍ରମ କ୍ରିଟିକାଲ୍‌ ଆଣ୍ଡ୍‌ ଏମର୍ଜିଂ ଟେକ୍ନୋଲୋଜି (ଆଇସିଇଟି) ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡୋଭଲଙ୍କୁ ପ୍ରଂଶସା କରିଥିଲେ ଏରିକ୍ ଗାର୍ସେଟ୍ଟି।

ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡୋଭାଲଙ୍କୁ ଉଦବୋଧନ ଦେଇ ଗାର୍ସେଟ୍ଟି କହିଥିଲେ ଯେ ଉତ୍ତରାଖଣ୍ଡର ଏକ ଗାଁର ଯୁବକ ଡୋଭଲ କେବଳ ଜାତୀୟ ସମ୍ପତ୍ତି ନୁହଁନ୍ତି, ସେ ପ୍ରକୃତରେ ଅନ୍ତର୍ଜାତୀୟ ସମ୍ପତ୍ତି। ଆଜି ଯେତେବେଳେ ମୁଁ ଆମେରିକା ଏବଂ ଭାରତ ମଧ୍ୟରେ ଭିତ୍ତିପ୍ରସ୍ତର ଦେଖେ, ତେବେ ଏହା ମୋତେ ଅତ୍ୟନ୍ତ ଶକ୍ତିଶାଳୀ ଭଳି ମନେ ହୁଏ। ଏହା ସ୍ପଷ୍ଟ ଯେ ଭାରତୀୟମାନେ ଆମେରିକୀୟମାନଙ୍କୁ ଭଲ ପାଆନ୍ତି ଏବଂ ଆମେରିକାର ଲୋକମାନେ ଭାରତୀୟଙ୍କୁ ମଧ୍ୟ ଠିକ ସମାନ ଭାବେ ଭଲ ପାଆନ୍ତି। ଏହି ପରିପ୍ରେକ୍ଷୀରେ ଏରିକ ଡୋଭଲଙ୍କ ବିନମ୍ରତା ସ୍ୱଭାବକୁ ମଧ୍ୟ ପ୍ରଂଶସା କରିଥିଲେ।

କେବଳ ଏତିକି ନୁହେଁ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟି ଭାରତର ଡିଜିଟାଲ ବିପ୍ଳବର ଜଣେ ପ୍ରଶଂସକ। ସେ ଦିଲ୍ଲୀରେ ଅନୁଷ୍ଠିତ ଆଇସିଇଟି ମିଟ୍ ରେ ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏରିକ୍ କହିଛନ୍ତି ଯେ ‘ଯେତେବେଳେ ମୁଁ ଭାରତରେ ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟାକୁ ଦେଖେ, ମୋର ବିଶ୍ୱାସ ଯେ ଆମେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛୁ। ଏପରିକି ଗୋଟିଏ ଗାଁର ଚା ବିକ୍ରେତା ତାଙ୍କ ଫୋନରେ ସିଧାସଳଖ ସରକାରଙ୍କଠାରୁ ଟଙ୍କା ନେବାର ସୁଯୋଗ ପାଇଥାନ୍ତି।’

Comments are closed.