Latest Odisha News

BREAKING NEWS

ଭାଷା ଭାଗବତ : ଫୁଲର ପରିଚିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଫୁଲର ଚିତ୍ର ନୁହେ, ଫୁଲ
ଦେଖିଲେ ଲାଗେ ସତେ ଭଲ
ଲଗାଇ ନିଜ ବଗିଚାରେ
ଦେଖିବା ନିଜର ଇଚ୍ଛାରେ

ଫୁଲର ସ୍ପର୍ଶ ଓ ସୁବାସ
ଚିତ୍ରରେ ହୁଏନାହିଁ ଦୃଶ୍ଯ
ସକଳେଂଦ୍ରିୟାଶ୍ରୟୀ ଫୁଲ
ସହିତ ଚିତ୍ର ସମତୁଲ

ହେବା ତ ନୁହଇ ସଂଭବ
ଏହା ହିଁ ଫୁଲର ସ୍ବଭାବ
ସ୍ପର୍ଶେଂଦ୍ରିୟ ଓ ଘ୍ରାଣେଂଦ୍ରିୟ
ରହଂତି ସର୍ବଦା ନିଷ୍କ୍ରିୟ

ତେଣୁ ଫୁଲର ପରିଚିତି
ପାଏନି ଦର୍ଶକର ମତି
କରିଲେ ଭାଷାରେ ବର୍ଣନା
ଫୁଲ-ଗୁଣ ପଡ଼େନି ଜଣା

ଚିତ୍ର ବା ଲିପିର ସାମର୍ଥ୍ୟ
ସତରେ ଅତ୍ୟଂତ ସୀମିତ
ଫୁଲର ପୂରା ପରିଚୟ
ପାଇଁ ପୁଷ୍ପପାଳକ ହୁଅ

ପ୍ରତ୍ୟକ୍ଷ ଅନୁଭୂତି ବିନା
ଯାହା ଅଳ୍ପ ଟିକିଏ ଜଣା
ତାହା ହୋଇ ନ ପାରେ ସତ୍ୟ
ଏହା ହିଁ ସର୍ବମୂଳ ତଥ୍ୟ

Leave A Reply

Your email address will not be published.