Latest Odisha News

BREAKING NEWS

Maharashtra Deputy CM Dies: ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ…

ମୁମ୍ବାଇ: ମହାରାଷ୍ଟ୍ରରୁ ଏବେ ସବୁଠୁ ଦୁଃଖଦ ଖବର ଆସିଛି। ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ବାରାମତିରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅବତରଣ ସମୟରେ ବିମାନଟି ଏକ କ୍ଷେତରେ ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିମାନରେ ଉପସ୍ଥିତ ଥିଲେ। ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ବିମାନରେ ନିଆଁ ଲାଗିଗଲା। ଯେଉଁଥିରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସକାଳ ୯ ଟାରୁ ୯.୧୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା।

ମହାରାଷ୍ଟ୍ରରେ ନାଗରିକ ନିର୍ବାଚନ ପରେ, ଅଜିତ ପାୱାର ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତି ଯାଇଥିଲେ। ଅଜିତ ପାୱାର ବୁଧବାର ଦିନ ବାରାମତିରେ ଚାରୋଟି ରାଲି କରିବାର କାର୍ଯ୍ୟକ୍ରମ ଥିଲା।

Comments are closed.