Latest Odisha News

BREAKING NEWS

ଦ୍ୱିତୀୟ ଥର ଲାଗି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଛନ୍ତି ଅଜିତ ପାୱାର । ଏଥିସହିତ ସେ ମାତ୍ର ୩୮ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିଛନ୍ତି ।

ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟର ସୂଚନା ମିଳିଛି ।

ରାଜ୍ୟପାଳ ଭଗତ ସିଂହ କୋଶିଆରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ଏହି ଅବସରରେ ବିଭିନ୍ନ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ତାଙ୍କର ପ୍ରଥମ କ୍ୟାବିନେଟକୁ ମଧ୍ୟ ସମ୍ପ୍ରସାରଣ କରିଛନ୍ତି । ଉକ୍ତ ସମ୍ପ୍ରସାରଣରେ ଶିବସେନା, ଏନସିପି ଓ କଂଗ୍ରେସର ୩୬ ଜଣ ବ୍ୟକ୍ତି ମନ୍ତ୍ରୀ ଭାବରେ ରହିଥିବା ଜଣାପଡିଛି ।

ଆହୁରି ମଧ୍ୟ ଆଦିତ୍ୟ ଠାକରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଓ ଏନସିପିର ନବାବ ମଲିକ ମଧ୍ୟ ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି ।

ଉକ୍ତ ମନ୍ତ୍ରୀମଣ୍ଡଳରେ କଂଗ୍ରେସର ୧୨, ଏନସିପିର ୧୪ ଓ ଶିବସେନାର ୧ ଜଣ ବିଧାୟକ କ୍ୟାବିନେଟ୍ ଓ ରାଜ୍ୟ ମନ୍ତ୍ରୀ ହୋଇଛନ୍ତି ।

Leave A Reply

Your email address will not be published.