Latest Odisha News

BREAKING NEWS

ନୂଆବର୍ଷ ପାଳନ କରିବାକୁ ଯାଆନ୍ତୁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି, ପାଇବେ ନିଆରା ଅନୁଭୁତି

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଅଟେ ଦାରିଙ୍ଗବାଡି ।

ଦାରିଙ୍ଗବାଡ଼ି, ଓଡ଼ିଶାର ଏକ ମାତ୍ର ପର୍ବତୀୟ ସ୍ଥାନ, ଯେଉଁଠାରେ ଶୀତ ଦିନରେ ବରଫପାତ ହୋଇଥାଏ। ଏଥି ପାଇଁ ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ ।

ଘନ ଝାଉଁ ବଣ, କଫି ବଗିଚା ଓ ଅଙ୍କାବଙ୍କା ଘାଟି ରାସ୍ତାରେ ପରିପୂର୍ଣ, ଦାରିଙ୍ଗବାଡ଼ି, ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର । ଏଠାକାର ଓ ଶାନ୍ତ ବାତାବରଣ, ଆଦିବାସୀ ସଭ୍ୟତା ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ ।

ନିମ୍ନଲିଖିତ ସ୍ଥାନ ଗୁଡିକ, ଦାରିଙ୍ଗବାଡ଼ିର ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ..

ଛଅ କିମି ବ୍ୟାସ ବିଶିଷ୍ଟ ପଥର : ଆଞ୍ଚଳିକ ମାନ୍ୟତା ରହିଛି ଯେ, ଏହି ପଥର ଚାରିପଟେ ଥରେ ବୁଲି ଆସିଲେ, ଖୁବ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏଠାରେ ଟ୍ରେକିଙ୍ଗ ମଧ୍ୟ କରାଯାଏ ।

ଲଭର୍ସ ପାରାଡାଇଜ: ଝରଣା କୂଳରେ ରହିଥିବା,ଏହା ଏକ ସୁନ୍ଦର ବଣଭୋଜୀ ସ୍ଥଳ ।

ହିଲ ଭିୟୁ ପଏଣ୍ଟ: ଏହି ସ୍ଥାନରୁ ସମ୍ପୂର୍ଣ ଦାରିଙ୍ଗବାଡ଼ିର ଶୋଭା ଉପଭୋଗ କରିହୁଏ ।

ବେଲଘର ସଂରକ୍ଷିତ ସ୍ଥାନ : ଏହି ସଂରକ୍ଷିତ ସ୍ଥାନରେ ୨୨୫୫ ଫୁଟ ଉଚ୍ଚତାରେ ୧୬୧୭୪.୪୬ ବର୍ଗ ଏକରର ଏକ ଘଞ୍ଛ ଜଙ୍ଗଲ ଅବସ୍ଥିତ। ଏହି ଜଙ୍ଗଲରେ ବଣ୍ଡା ଆଦିବାସୀ ମାନେ ରୁହନ୍ତି ।

କଫି ବଗିଚା : ବଣ୍ୟ ବିଭାଗ ତତ୍ୱାବଧାନରେ ଏଠାରେ କଫି ଚାଷ କରାଯାଉଛି ଓ ଏହି କଫି ବଗିଚା ଗୁଡିକ ପର୍ଯ୍ୟଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଡୋଲୁରୀ ନଦୀ : ଡୋଲୁରୀ ନଦୀରେ ବହୁ ପ୍ରାକୃତିକ ଝରଣା ରହିଛି ଓ ଏହି ନଦୀ ଅନ୍ୟତମ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ପାଲଟିଛି

ଜଳ ପ୍ରପାତ : ଏଠାରେ ରହିଥିବା ବହୁ ଜଳ ପ୍ରପାତ ଏବେ ମଧ୍ୟ ଆବିଷ୍କାର କରାଯାଇ ପାରିନାହିଁ । ଆଞ୍ଛଳିକ ଲୋକଙ୍କ ବିନା ସହାୟତାରେ ଏହି ଜଳ ପ୍ରପାତ ଗୁଡିକୁ ପହଂଚିବା ଅସମ୍ଭବ ।

କିପରି ଯିବେ:

ଭୁବନେଶ୍ୱରଠାରୁ ଦାରିଙ୍ଗବାଡ଼ିର ସଡକପଥରେ ଦୂରତା ନୟାଗଡ଼, ଭଞ୍ଜନଗର, ଉଦୟଗିରି ଦେଇ ଗଲେ ପ୍ରାୟ ୨୬୦କି.ମି. ହେବ, ଏବଂ ଖୋର୍ଦ୍ଧା, ବାଲୁଗାଁ, ଖଲ୍ଲିକୋଟ, ଆସ୍କା, ସୋରଡା ଦେଇ ଗଲେ ପ୍ରାୟ ୨୪୫ କି.ମି. ହେବ।

ଦାରିଙ୍ଗବାଡ଼ିର ନିକଟତମ ରେଳଷ୍ଟେସନ, ବ୍ରହ୍ମପୁର ପ୍ରାୟ ୧୨୦ କି.ମି. ଦୂରତ୍ୱରେ ଅବସ୍ଥିତ । ବ୍ରହ୍ମପୁରଠାରୁ ଦାରିଙ୍ଗବାଡ଼ି ସଡକପଥରେ ସୋରଡା ଦେଇ ଗଲେ ପ୍ରାୟ ୧୨୦କି.ମି. ଭଞ୍ଜନଗର-ଜି.ଉଦୟଗିରି ଦେଇ ଗଲେ ୧୮୦ କି.ମି. ଓ ମୋହନା-ବ୍ରାହ୍ମଣୀ ଗାଁ ଦେଇ ଗଲେ ପ୍ରାୟ ୧୫୪ କି.ମି. ରାସ୍ତା ଅତିକ୍ରମ କରିବାକୁ ପଡେ ।

ସମ୍ବଲପୁର ଠାରୁ ବୌଦ୍ଧ, ଫୁଲବାଣୀ, କ.ନୂଆଗାଁ, ସିର୍ତୀଗୁଡା, ସିମନବାଡ଼ି ଦେଇ ଗଲେ ପ୍ରାୟ ୧୯୯ କି.ମି. ରାସ୍ତା ଅତିକ୍ରମ କରିବାକୁ ପଡେ । ସୋନପୁର ଠାରୁ ସୁଡ୍ରା, ଲଣ୍ଡାଗାଁ, ବାଲିଗୁଡା ଦେଇ ଗଲେ ପ୍ରାୟ ୧୪୧ କି.ମି ଏବଂ ବଲାଙ୍ଗିର ଠାରୁ ସୋନପୁର, ବାଲିଗୁଡା ଦେଇ ଗଲେ ୨୩୪ କି.ମି ରାସ୍ତା ଅତିକ୍ରମ କରିବାକୁ ପଡେ ।

ଫୁଲବାଣୀଠାରୁ ୧୦୫କି.ମି. ଓ ବାଲିଗୁଡାଠାରୁ ୪୯କି.ମି ଦୂରତ୍ୱ୍ୱରେ ଅବସ୍ଥିତ ।

ଗ୍ରୀଷ୍ମଋତୁରେ ଏଠାକାର ତାପମାତ୍ରା ୧୫-୨୮ଡିଗ୍ରି ସେଲସିୟସ, ବର୍ଷାଋତୁରେ ୮-୧୨ଡିଗ୍ରି ସେଲସିୟସ ଓ ଶୀତଋତୁରେ ୦-୧୨ଡିଗ୍ରି ସେଲସିୟସ ମଧ୍ୟରେ ରହିଥାଏ ।

ବେଳେ ବେଳେ ଏହାର ତାପମାତ୍ରା -୧/୨ ବି ହେଇ ଥାଏ । ଶୀତଋତୁରେ ହାଡ ଭଙ୍ଗା ଶୀତ ହେବା ସହିତ ଗ୍ରୀଷ୍ମ ଋତୁରେ ଏଠିକାର ପରିବେଶ ଅତ୍ୟନ୍ତ ଆରାମଦାୟକ ହେଇଥାଏ ।

Leave A Reply

Your email address will not be published.