Latest Odisha News

BREAKING NEWS

ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର

ନୂଆଦିଲ୍ଲୀ: ସାଉଥର ଲୋକପ୍ରିୟ ଆକ୍ସନ ଅଭିନେତା ଅଜିଥ କୁମାରଙ୍କ ରେସିଂ କାର ପୂନର୍ବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଉଥ୍ ସୁପରଷ୍ଟାର ତଥା ପେସାଦାର ରେସର୍ ଅଜିଥ୍ କୁମାର ୟୁରୋପରେ ଆୟୋଜିତ ଏକ କାର୍ ରେସିଂ ପ୍ରତିଯୋଗିତା ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବେଲଜିୟମ୍‌ର ସ୍ପା-ଫ୍ରାଙ୍କୋରଚାମ୍ପସ  ଟ୍ରାକ୍‌ରେ ଖେଳାଯାଉଥିବା ୨୦୨୬ ମିଚେଲିନ୍ ଲେ ମାନ୍ସ କପ୍  ରେସ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଅଜିଥ୍‌ଙ୍କ ଅଜିଥ୍ ରେଡ୍‌ଆଣ୍ଟ ବାଏ ଭିରାଜ  ଟିମ୍‌ର ନମ୍ବର-୧୬ ଲିଜିୟର କାର୍‌ଟି ଟର୍ଣ୍ଣ-୧୧ ପାଖରେ ନିୟନ୍ତ୍ରଣ ହରାଇ ଅନ୍ୟ ଏକ କାର୍ ସହ ଧକ୍କା ହୋଇଥିଲା ।  ଏହାପରେ କାର୍‌ଟି ଗ୍ରାଭେଲ୍ ମଧ୍ୟକୁ ଖସି ପଡ଼ିଥିଲା ।

ଇଣ୍ଡିଆ ଟୁଡେ ଏବଂ ଡିଟି ନେକ୍ସଟ୍ର ରିପୋର୍ଟ ଅନୁସାରେ, ଏହି ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ଅଜିଥ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କୁ କୌଣସି ଗମ୍ଭୀର ଆଘାତ ଲାଗିନାହିଁ । ସୂଚନାଯୋଗ୍ୟ, ଅଜିଥ୍ କୁମାର ପୂର୍ବରୁ ମଧ୍ୟ ଦୁବାଇ, ଇଟାଲୀ ଓ ସ୍ପେନ୍‌ରେ ରେସିଂ ସମୟରେ ଏହିପରି ଦୁର୍ଘଟଣାର ସମ୍ମୁଖୀନ ହୋଇ ସୁରକ୍ଷିତ ଫେରିଛନ୍ତି । ଦୁର୍ଘଟଣା ପରେ ଅଜିଥ କହିଛନ୍ତି ମୁଁ ପ୍ରଥମେ ନିଜ ଶରୀରକୁ ଭଲ ଭାବେ ଦେଖିଥାଏ । ଏହା ପରେ କାର କେତେ କ୍ଷତିଗ୍ରସ୍ତ ହୋଇଛି ତାହା ଅନୁଧ୍ୟାନ କରିଥାଏ । ବାକି କାମ ମୋ ଟିମ କରିଥାନ୍ତି ବୋଲି ସେ ହସି କରି କହିଛନ୍ତି । ସ୍ୱତନ୍ତ୍ର ଆକ୍ସନ ଶୈଳୀ ଫିଲ୍ମ ଯୋଗୁ ଅଜିଥ ପ୍ରଶଂସକଙ୍କ ନିକଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍‌ି ।

Leave A Reply

Your email address will not be published.