Latest Odisha News

BREAKING NEWS

ଅଫଲାଇନ୍ ଦୁନିଆର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ୍: ୧୦୦ରୁ ଉର୍ଦ୍ଧ୍ଵ ଝିଅଙ୍କର ହୋଇଥିଲା ଗ୍ୟାଙ୍ଗରେପ୍

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ନେଇ ସାରା ବିଶ୍ଵରେ ରାଜସ୍ଥାନ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ୧୯୯୦ ରୁ ୧୯୯୨ ଭିତରେ ଏହି ରାଜ୍ୟର ଆଜମେର ନାମକ ସହରରେ ଏପରି କିଛି ଘଟିଥିଲା ​​ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ବାସ୍ତବରେ, ଏହି ଦୁଇବର୍ଷ ଭିତରେ ଏହି ସହରରେ ୧୦୦ରୁ ଅଧିକ ଝିଅଙ୍କୁ ଫସାଇ ତାଙ୍କ ସହ ଗଣଦୁଷ୍କର୍ମ ଭାଇରାଲ କରାଯାଇଥିଲା। ଦୀର୍ଘ ୩୨ବର୍ଷ ପରେ ଆଜି ଏହି ମାମଲାରେ ପୀଡିତା ମାନଙ୍କୁ ନ୍ୟାୟ ମିଳିଛି ।

ଏହି ମାମଲାରେ ସ୍ପେଶାଲ ପୋକ୍ସୋ କୋର୍ଟ ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ଲକ୍ଷ ଲେଖାଏଁ ଜୋରିମାନା ଲାଗୁ କରିଛନ୍ତି କୋର୍ଟ । ଉକ୍ତ ଘଟଣାରେ କୋର୍ଟ ଅଭିଯୁକ୍ତ ନଫୀସ ଚିଷ୍ଟି, ନସୀମ, ସଲିମ, ଇକବାଲ ଭାଟି, ସୋହେଲ ଗନି ଓ ସୟିଦ ଜମୀର ହୁସେନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଉକ୍ତ ମାମଲାରେ ସମୁଦାୟ ୧୮ ଜଣ ଅଭିଯୁକ୍ତ ଥିଲେ । କିନ୍ତୁ ପୂର୍ବରୁ ୯ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି । ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ବେଳେ ଜଣେ ଜେଲରେ ଅଛନ୍ତି । ତା ଭିତରୁ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି ।

ଆଜମେର ସେକ୍ସ ସ୍କାଣ୍ଡଲ କଣ

ଅଫଲାଇନ୍ ଦୁନିଆର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ୍ ହେଉଛି ଆଜମେର ସେକ୍ସ ସ୍କାଣ୍ଡଲ । ୧୯୯୨ ମସିହା । ସକାଳୁ ସକାଳୁ ଲୋକେ ଖବରକାଗଜ ଦେଖି ଚକିତ ହୋଇଯାଇଥିଲେ । ଖବର କାଗଜର ଶୀର୍ଷକ ଥିଲା, ‘ବଡ ଲୋକମାନଙ୍କର ଝିଅ ବ୍ଲାକମେଲିଂର ଶିକାର’ । ଏହି ଖବରକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଅପରାହ୍ନ ସୁଦ୍ଧା ଏହି ଖବର ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲା। ସେତେବେଳେ ରାଜ୍ୟରେ ବିଜେପି ସରକାର ଥିଲା ଏବଂ ମୁଖ୍ୟମନ୍ତ୍ରୀ ଥିଲେ ଭୌରୋଂସିଂହ ଶେଖୱତ। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସକୁ ନର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ପୋଲିସର କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେତୁ ଅଭିଯୁକ୍ତମାନେ ଅଧା ପ୍ରମାଣ ନଷ୍ଟ କରିଦେଇଥିଲେ ।

ଧିରେ ଧିରେ ଖବର କାଗଜରେ ଅଭିଯୁକ୍ତ ମାନଙ୍କର ଫଟୋ ମଧ୍ୟ ପ୍ରକାଶ ପାଇଥିଲା । ପରେ ଉକ୍ତ ଘଟଣାକୁ ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଶେଷରେ ଲୋକମାନେ ହରତାଳକୁ ଓହ୍ଲାଇ ଆସିଥିଲେ । ଧିରେ ଧିରେ ମାମଲା ତୀବ୍ର ହେବାରେ ଲାଗିଥିଲା । ସେତେବେଳେ ରାଜସ୍ଥାନର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶେଖୱତ ଏହି ମାମଲାକୁ ସିଆଇଡି ସିବିଙ୍କୁ ଦେଇଥିଲେ। ଏହା ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ.କେ ପାଟନି ତାଙ୍କ ପୁରା ଟିମ୍ ସହିତ ଅଜମେରରେ ପହଞ୍ଚିଥିଲେ। ମେ ୩୧ ତାରିଖରୁ ଏହି ତଦନ୍ତ ଆରମ୍ଭ ହୋଇଥିଲା ଏବଂ ୧୮ଜଣ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଥିଲା । ତଦନ୍ତ ପରେ ପ୍ରଥମେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ୧୯୯୪ ମସିହାରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିଲେ । ୬ବର୍ଷ ପରେ ଏହି ମାମଲାର ପ୍ରଥମ ରାୟ ଆସିଥିଲା ​​। ଘଟଣାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ବର୍ତ୍ତମାନ ୩୨ ବର୍ଷ ପରେ ବାକି ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

କିପରି ଗ୍ୟାଙ୍ଗରେପର ଶିକାର ହୋଇଥିଲେ ଝିଅମାନେ

ଏହି ଘଟଣା ୧୯୯୧ରେ ଆରମ୍ଭ ହୋଇଥିଲା । ସହରର ଜଣେ ବଡ ଯୁବ ନେତା ଜଣେ ବ୍ୟବସାୟୀଙ୍କ ଝିଅ ସହିତ ବନ୍ଧୁତା କରି ତାଙ୍କୁ ଧୋକା ଦେଇଥିଲେ । ପରେ ସେ ଝିଅକୁ କଥା ହେବା ପାଇଁ ଏକ କୁକୁଡ଼ା ଫାର୍ମକୁ ଡାକିଲେ। ସେଠାରେ ପ୍ରଥମେ ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ନଗ୍ନ ଫଟୋ ଉଠାଯାଇଥିଲା । ତା’ପରେ ଅଭିଯୁକ୍ତମାନେ ଏହି ଫଟୋ ମାଧ୍ୟମରେ ଝିଅଟିକୁ ବ୍ଲାକମେଲ କରି ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ସେହି ଫାର୍ମକୁ ଆଣିବାକୁ ବାଧ୍ୟ କରୁଥିଲେ। ସେଠାରେ ସେମାନଙ୍କ ସହ ଦୁଷ୍କର୍ମ କରିବା ସହ ସେମାନଙ୍କ ନଗ୍ନ ଫଟୋ ଉଠାଉଥିଲେ ।

ଏପରି କରି ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଝିଅମାନଙ୍କ ସହ ଏପରି କାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ତଦନ୍ତ ପରେ ଜଣାପଡିଥିଲା ​​ଯେ ଅଭିଯୁକ୍ତମାନେ ଏହି ଝିଅମାନଙ୍କର ନଗ୍ନ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରୁଥିଲେ । ତେବେ ସବୁ ଝିଅ ମାନଙ୍କ ବୟସ ମାତ୍ର ୧୭ ରୁ ୨୦ ବର୍ଷ ଭିତରେ ଥିବା ସୂଚନା ମିଳିଛି । ଉକ୍ତ ଘଟଣାରେ ମାନସିକ ଚାପଗ୍ରସଗତ ହୋଇ ୬ଜଣ ଝିଅ ଆତ୍ମହତ୍ୟା ମଧ୍ୟ କରିଥିଲେ ଏବଂ କିଛି ଝିଅ ତାଙ୍କ ପରିବାର ସହ ସହର ଛାଡି ଚାଲିଯାଇଥିଲେ ।

Comments are closed.