Latest Odisha News

BREAKING NEWS

କୋରୋନାରେ ଆକ୍ରାନ୍ତ ହେଲେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ

ଚଣ୍ଡିଗଡ : ଦେଶରେ ଦିନକୁ ଦିନ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସୁଖବୀର ସିଂହ ବାଦଲ ।

ସୁଖବୀର ସିଂହ ଟ୍ବିଟ୍ କରି କହିଛନ୍ତି ଯେ, ଗାଇଡଲାଇନ୍ ଅନୁସାରେ ମୁଁ ନିଜକୁ ଆଇସୋଲେଟ୍ କରିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ଏହାସହ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦେଇଛନ୍ତି ସୁଖବୀର ସିଂହ ବାଦଲ ।

Leave A Reply

Your email address will not be published.