Latest Odisha News

BREAKING NEWS

‘ଗାଙ୍ଗୁଲିଙ୍କ ପରି ବିଜେପି ମଧ୍ୟ ଏଥର ଛକା ମାରିବ’

କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦାଦା କିନ୍ତୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇ ନାହାନ୍ତି । ତେବେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସମ୍ବାଗର ଏକ ନିର୍ବାଚନ ରାଲୀରେ ଗାଙ୍ଗୁଲିଙ୍କ ଉଦାହରଣ ଦେଇ ପୁଣି ବିପକ୍ଷକୁ ଚିନ୍ତାରେ ପକାଇ ଦେଇଛନ୍ତି ।

ସେ କହିଥିଲେ ଗାଙ୍ଗୁଲିଙ୍କ ଛକା ଦେଖିଛ ? ଭାରୀ ଜୋରରେ ବଲକୁ ମାରନ୍ତି । ସେ କ୍ରିଜରୁ ବାହାରିବା ମାନେ ବଲ ବାଉଣ୍ଡରୀ ସେପଟକୁ ଯିବା ନିଶ୍ଚିତ । ଲୋକସଭା ନିର୍ବାଚନରେ ବିଜେପି ମଧ୍ୟ ଦାଦାଙ୍କ କ୍ରିଜ ବାହାରକୁ ବାହାରି ସାରିଛି । ଏଥର ବିଧାନସଭା ନିର୍ବାଚନରେ ଛକା ମାରିବା ନିଶ୍ଚିତ ବୋଲି ସେ କହିଛନ୍ତି । ଟିଏମସି ଓ ବାମଦଳ ପଶ୍ଚିମବଙ୍ଗ ବର୍ବାଦ କରି ଦେଇଛନ୍ତି । ଏଥର ବିଜେପିକୁ ଥରେ ସୁଯୋଗ ଦିଆଯାଉ ।

Leave A Reply

Your email address will not be published.