Latest Odisha News

BREAKING NEWS

ଚର୍ଚ୍ଚାରେ ଆକାଂକ୍ଷା, ୯ ଫୁଟରୁ ଅଧିକ ଲମ୍ବ କେଶର ଅଧିକାରିଣୀ

ମୁୁମ୍ବାଇ: କାଳ୍ପନିକ ଦୁନିଆରେ ଅନେକ କାର୍ଟୁନ ଚରିତ୍ରଙ୍କର ଅତ୍ୟଧିକ ଲମ୍ବା କେଶ ଥିବା ଆମେ ଦେଖିଆସିଛୁ । ହେଲେ ଏବେ ଏମିତି ଜଣେ ଯୁବତୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ କେଶର ଲମ୍ବା ୩.୦୧ ମିଟର ତଥା ୯ ଫୁଟ୍ ୧୦.୫ ଇଂଚ ରହିଛି ।

ସବୁଠୁ ଲମ୍ବା କେଶ ରଖିବା ନେଇ ଆକାଂକ୍ଷା ଯାଦବ(୨୦୨୦-୨୨) ଲିମ୍କା ବୁକ ଅଫ୍ ୱାର୍ଲଡ୍ ରେକର୍ଡସ୍ ଓ ଇଣ୍ଡିିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୨୦୧୯ରୁ ଆକାଂକ୍ଷା ଲମ୍ବା କେଶ ରଖିବା ନେଇ ରେକର୍ଡ ନିଜ ନାଁରେ ବଜାୟ ରଖିଛନ୍ତି । ପ୍ରତିଦିନ ନିଜ କେଶକୁ ମାତ୍ର ୨୦ ମିନିଟ୍ ସମୟ ଦେଉଥିବା ଆକାଂକ୍ଷା ଜଣେ ମ୍ୟାନେଜମେଣ୍ଟ ପ୍ରଫେସ୍ନାଲ । ଲମ୍ବା କେଶକୁ ଆକାଂକ୍ଷା ବରଦାନ ରୂପେ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.