Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ୨ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ଅଧକାରୀ,ବାସଭବନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ୨ ଅଧିକାରୀ। ରାଉରକେଲା ଆଞ୍ଚଳିକ ପଲ୍ୟୁସନ ଅଧିକାରୀ ଡଃ ପି.କେ ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାଉରକେଲାରୁ ଭୁବନେଶ୍ୱର ଘରକୁ ଫେରୁଥିବାବେଳେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଠାରୁ ୧ଲକ୍ଷ ୭୫ହଜାର ନଗଦ ଟଙ୍କା ଜବତ କରାଯାଇଛି। ଏହାପରେ ଭୁବନେଶ୍ୱର ସୁନ୍ଦରପଦାରେ ଥିବା ତାଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଛି।

ସେହିପରି ଆଉ ଜଣେ ଓଡ଼ିଶା ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ଅଧିକାରୀ ହେଉଛନ୍ତି ନରୋତ୍ତମ ବେହେରା। ବାଲେଶ୍ୱର ଜିଲ୍ଲା ଆଞ୍ଚଳିକ ପଲ୍ୟୁସନ ବିଭାଗ ଅଧିକାରୀ ନରୋତ୍ତମ ବେହେରାଙ୍କୁ ଟାଙ୍ଗୀ ଛକ ଗେଟ୍ ନିକଟରେ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ୮୯ହଜାର ନଗଦ ଟଙ୍କା ଜବତ କରାଯାଇଛି। ପରେ ନରୋତ୍ତମ ବେହେରାଙ୍କ ବାସଭବନରେ ଚଢ଼ାଉ କରିଛି।

Leave A Reply

Your email address will not be published.