Latest Odisha News

BREAKING NEWS

ମୁମ୍ବାଇରୁ ଅହମ୍ମଦାବାଦ ଉଡ଼ିଲା ଆକାଶା ଏୟାର

ଭୁବନେଶ୍ୱର: ରବିବାର ଦେଶରେ ଆଉ ଏକ ଘରୋଇ ବିମାନ ସେବା ‘ଆକାଶା ଏୟାର’ ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାେତିରାଦିତ୍ୟ ସିନ୍ଧିଆ ଏବଂ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ ସିଂ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ଉଡ଼ାଣରେ ମୁମ୍ବାଇରୁ ଅହମ୍ମଦାବାଦ ପ୍ରଥମ ବିମାନ ସେବା ଆରମ୍ଭ ହୋଇଛି ।

ଗତ ଜୁଲାଇ ୨୨ ତାରିଖରୁ ଆକାଶା ଏୟାର ଦେଶର ପ୍ରମୁଖ ଚାରୋଟି ସହର ଅହମ୍ମଦାବାଦ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଚି ପାଇଁ ଟିକେଟ୍ ବୁକିଂ ଆରମ୍ଭ କରିଥିଲା । ଆଜି ଠାରୁ ଆରମ୍ଭ ହେଲା ବିମାନ ସେବା ।

ପ୍ରାଥମିକ ପର୍ଯ୍ୟାୟରେ ସପ୍ତାହକୁ ମୁମ୍ବାଇ-ଅହମ୍ମଦାବାଦ ୨୮ଟି ବିମାନ ସେବା ଉପଲବ୍ଧ ହେବ ବୋଲି ବିମାନ କମ୍ପାନୀ ସୂଚନା ଦେଇଛି । ଆସନ୍ତା ୧୩ ତାରିଖରୁ ବେଙ୍ଗାଲୁରୁ ଏବଂ କୋଚି ମଧ୍ୟରେ ବିମାନ ସେବା ଆରମ୍ଭ ହେବ । କମ୍ପାନୀ ଓ୍ୱେବସାଇଟ www.akasaair.com ରେ ଆଜି ଠାରୁ ଚାରୋଟି ସହରକୁ ସମସ୍ତଙ୍କ ପାଇଁ ଟିକେଟ ଉପଲବ୍ଧ ରହିଛି ।

କମ୍ପାନୀ ସିଇଓ ତଥା ପ୍ରତିଷ୍ଠାତା ବିନୟ ଦୁବେ କହିଛନ୍ତି ଯେ, ଆମେ ଉଡ଼ାଣ ଭରି ବହୁତ ଖୁସି । ଆକାଶା ଏୟାର ଗ୍ରାହକଙ୍କୁ ଏକ ନୂଆ ଧରଣର ଉଡ଼ାଣ ଅନୁଭବ ଦେବ ଏବଂ ଏହା ଆଦୃତ ହେବ ବୋଲି ଆଶା କରୁଛୁ । ସହପ୍ରତିଷ୍ଠାତା ଏବଂ ସିସିଓ ପ୍ରବୀଣ ଆୟର କହିଛନ୍ତି ଯେ, ଆକାଶା ଏୟାର ଭାରତର ସମସ୍ତ ସହରକୁ ଯୋଡ଼ିବାକୁ ଆଗାମୀ ଦିନରେ ଯୋଜନା ରଖିଛି ।

ଆକାଶା ଏୟାରରେ ରାକେଶ ଝୁନଝୁନଓ୍ୱାଲାଙ୍କ ବଡ଼ ଅଂଶଧନ ଅଛି ଏବଂ ପୁଞ୍ଜି ନିବେଶ ହୋଇଛି । କମ୍ପାନୀକୁ ଗତ ଜୁଲାଇରେ ଉଡ଼ାଣ ସାର୍ଟିଫିକେଟ, ଲାଇସେନ୍ସ ସହ ଅନୁମତି ପ୍ରାପ୍ତ ହୋଇଛି ।

Leave A Reply

Your email address will not be published.