Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା, ଅର୍ଶଦୀପଙ୍କ ଏଣ୍ଟ୍ରି ନେଇ ମୁହଁ ଖୋଲିଲେ ଆକାଶ ଅମ୍ବାନୀ

ମୁମ୍ବାଇ: ଆଇପିଏଲ୍ ୨୦୨୭ର ମେଗା ଟ୍ରେଡ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ  ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଏକ ବଡ଼ ଅଦଳବଦଳ ହୋଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗସରେ ସାମିଲ ହୋଇଥିବା ବେଳେ, ତାରକା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପଞ୍ଜାବ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସର ହୋଇଛନ୍ତି । ଏହି ହାଇ-ପ୍ରୋଫାଇଲ୍ ଟ୍ରେଡ୍ ପରେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଅମ୍ବାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ହାର୍ଦ୍ଦିକଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ବହୁତ ଖାସ୍ ରହିଛି । ଜଣେ ଯୁବ ଖେଳାଳି ଭାବେ କ୍ୟାରିୟର ଆରମ୍ଭ କରି ଦଳର ନେତୃତ୍ୱ ନେବା ପର୍ୟ୍ୟନ୍ତ, ତାଙ୍କର ଯୋଗଦାନ, ଶକ୍ତି ଏବଂ ମନୋବଳ ଦଳ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଥିଲା ।

ଆମେ ତାଙ୍କର ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ । ଅର୍ଶଦୀପ ସିଂହଙ୍କ ଦଳରେ ଯୋଗଦାନ ଆମ ବୋଲିଂ ବିଭାଗକୁ ଏକ ନୂଆ ଶକ୍ତି ଯୋଗାଇବ । ତାଙ୍କ ଭଳି ଅଭିଜ୍ଞ ଓ ସଫଳ ବୋଲରଙ୍କୁ ବ୍ଲୁ ଆଣ୍ଡ୍ ଗୋଲ୍ଡ  ଜର୍ସିରେ ସ୍ୱାଗତ କରିବା ପାଇଁ ଆମେ ଉତ୍ସାହିତ।” ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ସହ ୪ଟି ଆଇପିଏଲ୍ ଟ୍ରଫି (୨୦୧୫, ୨୦୧୭, ୨୦୧୯, ୨୦୨୦) ଜିତିଛନ୍ତି ।

Leave A Reply

Your email address will not be published.