Latest Odisha News

BREAKING NEWS

ଓକିଲଙ୍କୁ ଭେଟିପାରିବେ ଆକାଶ ପାଠକ, ଅନୁମତି ଦେଲେ ହାଇକୋର୍ଟ

କଟକ: ନିଜ ଓକିଲଙ୍କ ସହ ସାକ୍ଷାତ କରିପାରିବେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ରାଜ୍ୟ ସରକାର, ଜେଲ୍ ଡିଜି ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କୁ ନୋଟିସ୍ ଜାରି ହୋଇଛି । ଏପ୍ରିଲ ୧୬ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସମ୍ବିଧାନର ମୌଳିକ ଅଧିକାର ଧାରା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ ଆକାଶ ପାଠକ ।

Leave A Reply

Your email address will not be published.