Latest Odisha News

BREAKING NEWS

ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ବିଜେପି ବିଧାୟକ ଟିମ୍

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ । ଚାଲି ପାରୁନି ଗୃହ । ଛଅ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଆସୁଛି ବିଜେପି ବିଧାୟକଙ୍କ ଟିମ୍ । ମଣ୍ଡିରୁ କେବେ ଧାନ ଉଠିବ ସେନେଇ ଆଲୋଚନା କରିବେ । ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେପି । ନବୀନ ନିବାସରେ ପହଞ୍ଚିବା ପରେ ଶଙ୍ଖ ଫୁଙ୍କି, ଫୁଲ ପକାଇ ସ୍ୱାଗତ କରିଛନ୍ତି ବିଜେଡି ନେତା ।

ବିଜେପି ବିଧାୟକଙ୍କ ନବୀନ ନିବାସ ସାମନାରେ ଧାରଣା ଦେଇଛନ୍ତି । ସେମାନଙ୍କୁ  ଭିତରକୁ ଆସିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ଆଜି ବି ବିଧାନସଭାରେ ଧାନ ମଣ୍ଡି ଓ ସାନିଟାଇଜର ପିଇବା ଘଟଣାରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ହୁଲସ୍ତୁଲ ହୋଇଥିଲା । ଗୃହ ଚାଲି ପାରିଲା ନାହିଁ ।

ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ କ୍ଷମା ପ୍ରାର୍ଥନା ଦାବି କରୁଛି ବିଜେଡି । ବିଧାୟକ କ୍ଷମା ନମାଗିଲେ ଗୃହ ଚଳାଇ ଦିଆଯିବା ନାହିଁ ବିଜେଡି ଜିଦରେ ଅଟଳ । ସୁବାସ ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ହେବ ବୋଲି ପ୍ରତିଶ୍ରୁତି ଦେଲେ କ୍ଷମା ମାଗିବି ।

Leave A Reply

Your email address will not be published.