Latest Odisha News

BREAKING NEWS

ଆଜିଠୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଭଦ୍ରକ: ଆଜିଠୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ । କରୋନା କଟକଣାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାରିକେଡ୍ ବ୍ୟବସ୍ଥା କରିଛି । ମସସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ମନ୍ଦିର ଭିତରକୁ ଭୋଗ, ଅନ୍ୟା ପୂଜା ସାମଗ୍ରୀ ନେବା କିମ୍ବା ଦୀପ ଜାଳିବା ମନା ।

୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା । ପ୍ରତି ଶନିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଆଖଣ୍ଡଳମଣି ମନ୍ଦିର । ଏହିଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ । ପୂର୍ବରୁ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ଅନୁମତି ଦେଇଥିଲା । କିନ୍ତୁ ଶ୍ରାବଣ ମାସରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ୪ ମାସ ପରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରି ବିଭୋର ହୋଇଛନ୍ତି ଭକ୍ତ ।

Leave A Reply

Your email address will not be published.