ଭଦ୍ରକ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବି ବଢୁଛି । ଆଜିଠୁ ଭଦ୍ରକ ଜିଲ୍ଲା ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନତା ୩୧ ତାରିଖ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ କୋଭିଡ୍ ନିୟମରେ କେବଳ ବାବା ଆଖଣ୍ଡଳମଣୀଙ୍କର ନୀତିକାନ୍ତି ଚାଲିବ ।
ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପାଇଁ ନୂଆ ଏସ୍ଓପି ଜାରି ହୋଇଛି । ଏସ୍ଓପି ଅନୁସାରେ, ଜାନୁଆରୀ ୩୧ ମଧ୍ୟରାତ୍ରି ଯାଏ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏପିରିକି କୌଣସି ସ୍ଥାନରେ ଯେପରି ଭିଡ ନହୁଏ ସେଥିପାଇଁ ପୂରା ପୀଠରେ ୧୪୪ ଧାରା ଜାରି କରାଯାଇଛି । ପୀଠରେ କୌଣସି ମେଳା, ମହୋତ୍ସବ କିମ୍ବା ଭଜନ ସମାରୋହ ଆୟୋଜନ ଉପରେ କଟକଣା ଲଗାଇଛି ପ୍ରଶାସନ ।
Comments are closed.