Latest Odisha News

BREAKING NEWS

ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ପ୍ରୟାଗରାଜ:ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏକ ରୁଦ୍ଧ ଘରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଘରୁ ସୁସାଇଡ ନୋଟ ମିଳିଥିବାରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ଆଖଡା ପରିଷଦ ଭିତରେ ଅଶାନ୍ତି ଲାଗି ରହିଥିବାରୁ ମହନ୍ତ ଚିନ୍ତାରେ ଥିଲେ ।

ଶିଷ୍ୟ ଆନନ୍ଦ ଗିରିଙ୍କୁ ପୋଲିସ ପଚରାଉଚରା ପାଇଁ ଅଟକ ରଖିଛି । ସେ ନିଜକୁ ନିର୍ଦ୍ଦୋଷ କହିବା ସହ ଗୁରୁଜୀଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ନରେନ୍ଦ୍ର ଗିରିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମହନ୍ତଙ୍କ ମୃତ୍ୟୁ ପରେ ଜାତୀୟସ୍ତରର ନେତାମାନଙ୍କ ଶ୍ରଦ୍ଧାଞ୍ଜଳୀ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.