Latest Odisha News

BREAKING NEWS

ପ୍ରୋଫେସନାଲ୍ ପଲିଟିକ୍ସ କରେ ବିଜେପି: ନବୀନ-ଅଖିଳେଶଙ୍କ ଆଲୋଚନା ନେଇ ଜୋର୍‌ ଧରିଲା ରାଜନୀତି ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଟଚମଟ ଚାଲିଥିବା ବେଳେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଓଡ଼ିଶା ଗସ୍ତ କରିଛନ୍ତି ଏହାସହ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତିଗତକାଲି ଭୁବନେଶ୍ୱରସ୍ଥିତ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଖିଳେଶ ଯାଦବ, ସାଂସଦ ରାଜୀବ ରାୟଙ୍କ ସମେତ ଅନେକ ନେତା ଯୋଗ ଦେଇଥିଲେଏହି ଅବସରରେ ଅଖିଳେଶ ବିଜେପିକୁ ଟାର୍ଗେଟ କରିଥିଲେଏହାସହ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ କିଛି ପ୍ରଭାବଶାଳୀ ନେତାଙ୍କ ସହ ଆଲୋଚନା କରିଛନ୍ତି

ରାଜ୍ୟରେ ସମାଜବାଦୀ ପାର୍ଟିକୁ ସେ ମଜଭୁତ କରିବାକୁ ଚାହୁଁଥିବା ଗଣମାଧ୍ୟମକୁ କହିଛନ୍ତିବିଜେପି ବିଭାଜନ ରାଜନୀତି କରୁଥିବା ବେଳେ ସପା କିନ୍ତୁ ସମାନ ବିଚାରଧାରାର ଲୋକଙ୍କୁ ନେଇ ରାଜନୀତି କରେ। ପ୍ରୋଫେସନାଲ୍ ପଲିଟିକ୍ସ କରେ ବିଜେପି। ଓଡ଼ିଶାରେ ସମାଜବାଦରେ ବିଶ୍ୱାସ କରୁଥିବା ନେତାଙ୍କୁ ଯୋଡ଼ିବାକୁ ଆହ୍ୱାନ ଦେଇଛନ୍ତି ଅଖିଳେଶସେ କହିଛନ୍ତି, ଓଡିଶାରେ ସମାଜବାଦୀ ପାର୍ଟି ଗଠନ କରିବାକୁ ଦଳ ସବୁବେଳେ ପ୍ରୟାସ କରୁଛିଆମର ପ୍ରୟାସ ହେବ ପିଡିଏକୁ ଆଗକୁ ନେବାଆମେ ଓଡ଼ିଶାକୁ ଆସିବା ଜାରି ରଖିବୁବିଜେପିର ଏଜେଣ୍ଡା ହେଉଛି ସାମ୍ପ୍ରଦାୟିକଯେତେବେଳେ ବିଜେପି ଦୁର୍ବଳ ହୁଏ, ସେତେବେଳେ ସେ ସାମ୍ପ୍ରଦାୟିକ ପଥ ଗ୍ରହଣ କରେଯେତେବେଳେ ସମଗ୍ର ଦେଶରେ ବିଜେପିର ପର୍ଦ୍ଦାଫାଶ ହେବ, ସେତେବେଳେ ବିଜେପି ଶାସନ ଦିଲ୍ଲୀରୁ ହଟିବ

ଆମେ ସମସ୍ତଙ୍କୁ ଏକତ୍ର କରି ରାଜନୀତି କରିବାକୁ ଚାହୁଁଛୁବିଭାଜନର ରାଜନୀତି ଶେଷ ହେବା ଉଚିତ, ଲୋକଙ୍କୁ ଏକତ୍ର କରିବାର ରାଜନୀତି ହେବା ଉଚିତପଶ୍ଚିମବଙ୍ଗରେ ଚଳିତ ନିର୍ବାଚନାରେ ବିଜେପି ହାରିବ ଏବଂ ମମତା ଜୀ ସେଠାରେ ଜିତିବେକଂଗ୍ରେସ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ନିଲମ୍ବନ କରିଥିବାବେଳେ ବିଜେଡି, ବିଧାୟକ ସନାତନ ମହାକୁଡ଼ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛିଏଭଳି ସମୟରେ ଅଖିଳେଶଙ୍କ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛିଅଖିଳେଶ କହିଛନ୍ତି, ନେତାଜୀ ତଥା ତାଙ୍କ ପିତା ମୂଲାୟମ ସିଂ ଯାଦବଙ୍କର ବହୁ ସହଯୋଗୀ ଓଡ଼ିଶାରେ ଅଛନ୍ତିସେ ଓଡ଼ିଶା ବାରମ୍ବାର ଆସିବେ ବୋଲି କହିଛନ୍ତିସାରା ଦେଶରେ ବିଜେପିର ମନ୍ଦ ଉଦ୍ଦେଶ୍ୟ ଜଣାପଡ଼ିବା ପରେ ହିଁ ଏହି ଦଳ ହଟିବ ବୋଲି ଅଖିଳେଶ କହିଛନ୍ତି

ଅଖିଳେଶ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କହିଛନ୍ତି, ନବୀନ ପଟ୍ଟନାୟକ ବରିଷ୍ଠ ନେତାଓଡ଼ିଶାର ବିକାଶରେ ତାଙ୍କରତାଙ୍କ ପିତା ବିଜୁ ବାବୁଙ୍କର ବହୁତ ବଡ଼ ଯୋଗଦାନ ଥିଲାବିଜୁ ବାବୁ ନେତାଜୀଙ୍କ ସହ କାମ କରିଥିଲେଯାହା ଫଳରେ ଏକ ପ୍ରକାର ସମ୍ପର୍କ ଗଢ଼ି ଉଠିଥିଲାଏବେ ଆମେ ଦୁଇ ଜଣ ମଧ୍ୟ ବିଜେପି ବିରୋଧରେ ଲଢ଼େଇ କରୁଛୁ ବୋଲି ଅଖିଳେଶ କହିଛନ୍ତି

Comments are closed.