ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉପ-ନିର୍ବାଚନ ତାରିଖ ଘୋଷଣା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି। ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶର ୧୦ ଆସନ ମଧ୍ୟରୁ କେବଳ ମିଲ୍କିପୁର ଆସନରେ ହେବାକୁ ଥିବା ଉପ-ନିର୍ବାଚନ ତାରିଖ ଘୋଷଣା ନକରିବାରୁ ଏପରି ଘଟଣା ସାମନାକୁ ଆସିଛି। ସପା ଅଧକ୍ଷ ଅଖିଳେଶ ଯାଦବ ନିର୍ବାଚନକୁ ଯୁଦ୍ଧ ସହ ତୁଳନା କରିଛନ୍ତି। “ଯେଉଁମାନେ ଯୁଦ୍ଧ ଏଡାଇଛନ୍ତି, ସେମାନେ ଯୁଦ୍ଧ ହାରିଛନ୍ତି”ବୋଲି ବିଜେପିକୁ ଟାର୍ଗେଟ କରି ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ସେ ଏକ ପୋଷ୍ଟ ଲେଖିଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ମିଲ୍କିପୁର ଆସନରେ ଉପ-ନିର୍ବାଚନ ହେବାକୁ ନେଇ ନିର୍ବାଚନ ଆୟୋଗ କୌଣସି ଘୋଷଣା କରି ନାହାନ୍ତି। ଯେଉଁ ଆସନଗୁଡିକ ବିରୋଧରେ କୋର୍ଟରେ ମାମଲା ବିଚାରାଧିନ ରହିଛି ସେଠାରେ ନିର୍ବାଚନ ହେବନାହିଁ ବୋଲି ଆୟୋଗ ସୂଚନା ଦେଇଛନ୍ତି।
ସପା ଆଗାମୀ ଉତ୍ତରପ୍ରଦେଶ ଉପ-ନିର୍ବାଚନ ପାଇଁ ୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଏହି ଆସନମାନଙ୍କ ମଧ୍ୟରେ ମିଲ୍କିପୁର ବିଧାନସଭା କ୍ଷେତ୍ର ରହିଛି। ଆୱଧେଶ ପ୍ରସାଦ ସାଂସଦ ହେବା ପରେ ମିଲ୍କିପୁର ଆସନ ଖାଲି ପଡିଥିଲା। ତେଣୁ ସପା ସାଂସଦ ଆୱଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଥିଲା।ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମିଲ୍କିପୁର ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲେ ମଧ୍ୟ ଏହି ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ।
जिसने जंग टाली है, समझो उसने जंग हारी है।
— Akhilesh Yadav (@yadavakhilesh) October 15, 2024
Comments are closed.