Latest Odisha News

BREAKING NEWS

ଅଲୀ ଆବାସ ଜାଫରଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଅକ୍ଷୟ, ଟାଇଗର

ମୁମ୍ବାଇ: ସୁଲତାନ ଫିଲ୍ମର ଡାଇରେକ୍ଟର ଅଲୀ ଆବାସ ଜାଫର ତାଙ୍କର ଆଗାମୀ ଫିଲ୍ମରେ ଦୁଇ ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ୨୦୧୯ରେ ହ୍ରିତକ ରୋଶନ ଏବଂ ଟାଇଗରଙ୍କ ୱାର ଫିଲ୍ମ ସୁପରହିଟ ହେବା ପରେ ଏବେ ବଲିଉଡ ଡବଲ ହୀରୋ ଟ୍ରେଣ୍ଡ ଆରମ୍ଭ ହୋଇଛି । ଅକ୍ଷୟ ଏବଂ ଟାଇଗର ଏ ନେଇ ସବୁଜ ସଙ୍କେତ ଦେଇଛନ୍ତି ।

ଅକ୍ଷୟ ଏବେ ଭାସୁ ଭାଗନାନୀଙ୍କ ସିଣ୍ଡ୍ରେଲା ଫିଲ୍ମରେ ଏବଂ ଟାଇଗର ଗଣପତ ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେମାନେ ଫ୍ରି ହେବା ପରେ ଏହି ଫିଲ୍ମ ନେଇ ଚୂଡାନ୍ତ ରୂପରେଖା ପ୍ରସ୍ତୁତ କରାଯିବ । ୨୦୨୩ରେ ଏହି ଫିଲ୍ମ ରିଲିଜ ହେବ ବୋଲି ଯୋଜନା କରାଯାଉଛି ।

Leave A Reply

Your email address will not be published.