Latest Odisha News

BREAKING NEWS

ଟି୨୦ରେ ୪ ଓଭର ଯାକ ମେଡେନ ପକାଇ ରେକର୍ଡ କଲେ ଅକ୍ଷୟ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ବିଦର୍ଭ ସ୍ପିନର ଅକ୍ଷୟ କର୍ଣ୍ଣେୱାର ଇତିହାସ ରଚିଛନ୍ତି । ସେ ପ୍ରଥମ ଟି୨୦ ବୋଲର ଭାବେ ୪ଟି ଯାକ ଓଭର ମେଡେନ ପକାଇ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ମଣିପୁର ବିପକ୍ଷରେ ସେ ୪ ଓଭରରେ କୌଣସି ରନ ନ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

ଆନ୍ତର୍ଜାତୀୟ, ଘରୋଇ ଏବଂ ଫ୍ରାଂଚାଇଜ ଟି୨୦ରେ କୌଣସି ବୋଲର ୪ଟି ଯାକ ଓଭର ମେଡେନ ପକାଇ ନାହାନ୍ତି । ବିଦର୍ଭ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୨୨ ରନ କରିଥିଲା । ଜବାବରେ ମଣିପୁର ୧୬.୩ ଓଭରର ୫୫ ରନ କରି ଅଲଆଉଟ ହୋଇ ଯାଇଥିଲା । ସୂଚନାଯୋଗ୍ୟ, ଅକ୍ଷୟ ଉଭୟ ବାମହାତ ଏବଂ ଡାହଣହାତରେ ବୋଲିଂ କରିପାରନ୍ତି ।

Leave A Reply

Your email address will not be published.