Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ଅଧିନାୟକ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମୀଙ୍କୁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ଭେଙ୍କେଟେଶ ଆୟାର ଏବଂ ପେସ ବୋଲର ଆଭେଶ ଖାଁଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟିମରେ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ପ୍ରଥମ ଟି୨୦ ଜୟପୁରରେ ନଭେମ୍ବର ୧୭ରେ ଖେଳାଯିବ । ୧୯ ଏବଂ ୨୧ ନଭେମ୍ବରରେ ରାଂଚୀ ଓ କୋଲକାତାରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଟି୨୦ ଖେଳାଯିବ ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟାଶ ଆୟାର, ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, ଆଭେଶ ଖାଁ, ଭୁବନେଶ୍ୱର କୁମାର, ଦୀପକ ଚହର, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ।

Leave A Reply

Your email address will not be published.