Latest Odisha News

BREAKING NEWS

ବକ୍ସ ଅଫିସରେ ହେବ ଧମାଲ୍: ‘ଖେଲ୍ ଖେଲ୍ ମେଁ’ ଓ ‘ସ୍ତ୍ରୀ-୨’ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଖେଲ୍ ଖେଲ୍ ମେଁ’ର ଜାରି ହୋଇଛି ପୋଷ୍ଟର। ଏହି ପୋଷ୍ଟର ଜାରି କରିଛନ୍ତି ଖିଲାଡି କୁମାର। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହା ମୁକ୍ତିଲାଭ କରିବ। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଚର ଓ ରିଲିଜ୍ ତାରିଖ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ୟାରୋଁ ୱାଲା ଖେଲ୍…ୟାରି ୱାଲି ପିକ୍‌ଚର! ବ୍ୟାଣ୍ଡ୍ ବାଜେ କେ ମାହୋଲ ମେଁ..ବ୍ୟାଣ୍ଡ ବଜାନି ୱାଲି ପିକ୍‌ଚର୍! ଚଳିତବର୍ଷର ସବୁଠୁ ବଡ଼ ପାରିବାରିକ ମନରଞ୍ଜନ ଫିଲ୍ମ ଖେଲ୍ ଖେଲ୍ ମେଁ କୁ ହ୍ୟାଲୋ କୁହନ୍ତୁ।’

ଏହି ଫିଲ୍ମର କାହାଣୀକୁ ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ମୁଦସର ଅଜିଜ। ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ତାପସୀ ପନୁ, ବନୀ କପୁର, ଏମି ଭିର୍କ, ଆଦିତ୍ୟ ସିଲ, ପ୍ରଜ୍ଞା ଜୈସୱାଲ ଓ ଫରଦୀନ ଖାନ ଅଭିନୟ କରିଛନ୍ତି। ଏଥିରେ କମେଡି ସହିତ ଭରପୁର ସସ୍‌ପେନ୍ସ ଡ୍ରାମା ଦେଖିବାକୁ ମିଳିବ।

ଗତ ଏପ୍ରିଲରେ ଫିଲ୍ମର ସୁଟିଂ ଶେଷ ହୋଇଥିବା ନିର୍ମାତା ଘୋଷଣା କରିଥିଲେ। ଅଗଷ୍ଟ ୧୫ ତାରିଖ ସୁଦ୍ଧା କପୁର ରାଜକୁମାର ରାଓଙ୍କ ସ୍ତ୍ରୀ-୨ ମୁକ୍ତିଲାଭ କରିବ। ତେଣୁ ଖେଲ୍ ଖେଲ୍ ମେଁ ବକ୍ସ ଅଫିସରେ ବଡ଼ ଟକ୍କରର ସମ୍ମୁଖୀନ ହେବ। ନିକଟରେ ମୁକ୍ତିପ୍ରାପ୍ତ ସର୍‌ଫିରା ବକ୍ସ-ଅଫିସରେ ଫେଲ୍ ହେବା ପରେ ଏହାକୁ ନେଇ ଅକ୍ଷୟ କୁମାର ଆଶା ବନ୍ଧିଛନ୍ତି।

Comments are closed.