Latest Odisha News

BREAKING NEWS

ଅଟକିଲା ଅକ୍ଷୟଙ୍କ ମେଗାବଜେଟ ସାଇନ୍ସ ଫିଲ୍ମ ମିଶନ ଲାୟନ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବିଗ ବଜେଟ ସାଇନ୍ସ ଫିଲ୍ମ ମିଶନ ଲାୟନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରି ଦିଆଯାଇଛି । ମିଶନ ମଙ୍ଗଳ ଫେମ୍ ନିର୍ଦ୍ଦେଶକ ଜଗନ ଶକ୍ତି ଏହାର ନିର୍ଦ୍ଦେଶନା ଦେବେ । ଅକ୍ଷୟ କୁମାର ଏଥିରେ ଡବଲ ରୋଲ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟଙ୍କ ସହ ଆଲୋଚନା କରିବା ପରେ ବାସୁ ଓ ଜ୍ୟାକି ଭଗନାନୀ ଫିଲ୍ମକୁ ହୋଲ୍ଡରେ ରଖିବା ପାଇଁ ନିଷ୍ପତି ନେଇଥିଲେ । ଫିଲ୍ମର ବଜେଟ ୭୦କୋଟି ରଖା ଯାଇଥିଲା ।

BjdElectrycity

ଏହା ଏକ ବିଗ ବଜେଟ ଫିଲ୍ମ ହୋଇଥିବାରୁ ଥିଏଟରଗୁଡିକରେ ଲୋକ ଆସିବା ପର୍ଯ୍ୟନ୍ତ ପ୍ରଡକ୍ସନ ହାଉସ ଅପେକ୍ଷା କରିବ । ଅପରପକ୍ଷରେ ଅକ୍ଷୟ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ କରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ତାଙ୍କର ସୂର୍ଯ୍ୟବଂଶୀ, ରକ୍ଷାବନ୍ଧନ, ପୃଥ୍ୱୀରାଜ, ଅତରଂଗୀରେ, ରାମସେତୁ ଓ ବଚ୍ଚନ ପାଣ୍ଡେ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ।

Leave A Reply

Your email address will not be published.