Latest Odisha News

BREAKING NEWS

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ରାୟଗଡା ଗସ୍ତ ପୂର୍ବରୁ ସ୍ୱାଭିମାନ ମଂଚର ସାମ୍ବାଦିକ ସମ୍ମିଳନୀ

ଗୁଣୁପୁର: ଚଳିତ ମାସ ରାୟଗଡା ଜିଲ୍ଲାର ଗୁଣୁପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୁଇଦିନିଆ ଗସ୍ତରେ ଅପରାଜିତା ସ୍ୱାଭିମାନ ମଂଚ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି ।

ଚଳିତ ମାସ ୪ ଓ ୫ ତାରିଖରେ ଗୁଣୁପୁର ଯିବେ ଅପରାଜିତା ଷଡଙ୍ଗୀ । ତେବେ ତା ପୂର୍ବରୁ ଆଜି ସ୍ୱାଭିମାନ ମଂଚ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ୱାଭିମାନ ମଂଚର ସଭାପତି ମନୋରଂଜନ ରଥ, ଆବାହକ ପ୍ରମୋଦ କୁମାର ସାହୁ, ଆମ ପରିବାରର ରାଜ୍ୟ ଆବାହକ ଜୀବନ ସାହୁ, ନିକୁଂଜ ପଟ୍ଟନାୟକ ଓ ମନ୍ମଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।

ବିଭିନ୍ନ ସମସ୍ୟା ନେଇ ସ୍ୱାଭିମାନ ମଂଚ ଅପରାଜିତା ଷଡଙ୍ଗୀଙ୍କ ସମ୍ମୁଖରେ ନିଜ ଦାବି ଉପସ୍ଥାପନ କରିବାକୁ ଆଲୋଚନା କରିଥିଲେ । ଯେଉଁଥିରେ ସାମିଲ ଅଛି…
() ଗୁଣୁପୁର-ଥେରୁବାଲି ରେଳ ସଂଯୋଗୀକରଣ
() ଗୁଡାରୀ ପାଣିଡଙ୍ଗରରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ
() ଗୁଣୁପୁର ସଦର ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ଓ ଉନ୍ନତମାନର ଆନୁସାଙ୍ଗିକ ବ୍ୟବସ୍ଥା
() ଉକୁମ୍ବା-ଟିକରପଡା ଉଡାଜାହାଜ ପଡିଆରେ ଉନ୍ନତିକରଣ ଓ କାର୍ଯ୍ୟକ୍ଷମ

ଏହି ସମସ୍ତ ସମସ୍ୟାକୁ ବାଦ୍ ଦେଲେ ଅନ୍ୟାନ୍ୟ ସମସ୍ୟାକୁ ନେଇ ସ୍ୱାଭିମାନ ମଂଚ ନିଜ ଦାବି ଉପସ୍ଥାପନ କରିବାକୁ ଯୋଜନା କରିଛି । ଅନ୍ୟପଟେ କୌଣସି ଦଳକୁ ସମର୍ଥନ ନକରି ସ୍ୱାଭିମାନ ମଂଚର ଏପରି ପଦକ୍ଷେପ ତଥା ଉନ୍ନତିମୂଳକ ଚିନ୍ତାଧାରାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.